ଛିଡିଲା ସୂର୍ଯ୍ୟଙ୍କ ‘ଫିଲାମେଣ୍ଟ’, ଗୁରୁବାର ପୃଥିବୀକୁ ମାଡି ଆସୁଛି ସୌର ଝଡ଼!

ନୂଆଦିଲ୍ଲୀ ୬।୪: ବୁଧବାର ବିଳମ୍ବିତ ରାତ୍ରି ଅଥବା ଗୁରୁବାର ସକାଳେ ସୂର୍ଯ୍ୟ ପୃଷ୍ଠରୁ ବାହାରି ଥିବା ଏକ ସୌର ଝଡ଼ ପୃଥିବୀ ସହ ଧକ୍କା ଲାଗିପାରେ। ସୂର୍ଯ୍ୟପୃଷ୍ଠରେ ଭୀଷଣ ହଲଚଲରୁ ଏହି ଝଡ ସୃଷ୍ଟି ହୋଇଥିବା ନ୍ୟାସନାଲ ଓସନିକ ଏଣ୍ଡ ଆଟମୋସଫେରିକ ଆଡମିନେଷ୍ଟ୍ରେସନ(ଏନଓଏଏ)ଙ୍କ ସ୍ପେସ୍ ୱେଦର ପ୍ରେଡିକ୍ସନ ସେଣ୍ଟର(ଏସଡବ୍ଲୁପିସି) କହିଛନ୍ତି। ଏ ନେଇ ଏନଓଏଏ ଏକ ଟ୍ୱିଟ୍‌ କରିଥିବା ବେଳେ ଗତ ମାର୍ଚ୍ଚ ୩ ତାରିଖ ଦିନ ପ୍ରାୟ ୨୫ ଡିଗ୍ରୀ ଦୀର୍ଘ ଏକ ତନ୍ତୁ ବା ଫିଲାମେଣ୍ଟ ସୂର୍ଯ୍ୟଙ୍କ ପୃଷ୍ଠରୁ ଛିଡି ବାହାରି ଯାଇଥିବା ସୂଚିତ କରିଛନ୍ତି। ଯାହାକୁ ବୈଜ୍ଞାନିକ ଭାଷାରେ କରୋନେଲ ମାସ୍ ଇଜେକ୍ସନ କୁହାଯାଏ ବୋଲି ଏସଡବ୍ଲୁପିସି କହିଛନ୍ତି।

ଏଥିଯୋଗୁ ସୂର୍ଯ୍ୟରେ ସୃଷ୍ଟି ହୋଇଥିବା ଝଡ଼ ୬ ଏପ୍ରିଲ ଅର୍ଥାତ ବୁଧବାର ବିଳମ୍ବିତ ରାତ୍ରିରେ ପୃଥିବୀ ସହ ଧକ୍କା ଲାଗିପାରେ। ଏନଓଏଏଙ୍କ ପୂର୍ବନୁମାନ ଅନୁସାରେ ସମ୍ଭବତଃ ଏହି ଝଡ଼ ଗୁରୁବାର ସକାଳେ ମଧ୍ୟ ପୃଥିବୀ ସହ ଧକ୍କା ଲାଗିବାକୁ ଥିବା ବେଳେ ଏହା ଏକ କ୍ଷୁଦ୍ର ଜି-୧ ଶ୍ରେଣୀର ଝଡ ବୋଲି କହିଛନ୍ତି। ବୈଜ୍ଞାନିକମାନ ଭୂ-ଚୁମ୍ବକୀୟ ଝଡ଼କୁ ଏହାର ଆକାର ଅନୁସାରେ ଜି-୧ରୁ ୫ ମଧ୍ୟରେ ଶ୍ରଣୀଭୁକ୍ତ କରିଥାନ୍ତି। ଏଥିରେ ଜି-୫ ସବୁଠୁ ଶକ୍ତିଶାଳୀ ସୌରଝଡ଼ ସାବ୍ୟସ୍ତ ହୋଇଥାଏ।

ଏପରି ଝଡ ପୃଥିବୀ ସହ ଧକ୍କା ଲାଗିଲେ କ୍ଷୟକ୍ଷତି ଅଧିକ ହେବାର ଆଶଙ୍କା ଥାଏ। ତେବେ ବୈଜ୍ଞାନିକଙ୍କ ଅନୁସାରେ ସୂର୍ଯ୍ୟରୁ ୨ଟି ଫିଲାମେଣ୍ଟ ଭାଙ୍ଗି ପୃଥିବୀ ଆଡକୁ ମାଡି ଆସୁଛି। ପ୍ରଥମଟି ମାର୍ଚ୍ଚ ୩ତାରିଖ ଦିନ ଛିଡିଥିବା ବେଳେ ଦ୍ୱିତୀୟଟି ୪ ତାରିଖଦିନ ଛିଡି ବାହାରି ଯାଇଥିଲା। ସେହି ଅନୁସାରେ ୪ ମାର୍ଚ୍ଚରେ ଛିଡିଥିବା ଫିଲାମେଣ୍ଟ ଯୋଗୁ ସୌରଝଡ଼ ଏପ୍ରିଲ ୭ ତାରିଖ ଦିନ ପୃଥିବୀ ସହ ଧକ୍କା ଲାଗିପାରେ। ଯଦି ଏହା ଶକ୍ତିଶାଳୀ ସାବ୍ୟସ୍ତ ହୁଏ ତେବେ ପାୱାର ଗ୍ରିଡ ଓ ଶକ୍ତିଉତ୍ପାଦନ କେନ୍ଦ୍ର ଉପରେ ଏହାର ପ୍ରଭାବ ପଡିପାରେ ବୋଲି ବୈଜ୍ଞାନିକ କହିଛନ୍ତି।

ନିକଟରେ ସୌର ଝଡ଼ ଯୋଗୁ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ପ୍ରକଳ୍ପ ପ୍ରଭାବିତ ହୋଇଥିଲା। ସୌର ଝଡ଼ରେ ଷ୍ଟାରଲିଙ୍କର ୪୦ଟି ସାଟେଲାଇଟ୍ ନଷ୍ଟ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ପ୍ରତ୍ୟେକ କୋଣକୁ ସଞ୍ଚାର ସେବା ଯୋଗାଇ ଦେବା ଲାଗି ଏଲନ ମସ୍କଙ୍କ ଷ୍ଟାରଲିଂକ ପ୍ରକଳ୍ପ ପୃଥିବୀ ପୃଷ୍ଠରୁ କିଛି ସହ କିଲୋମିଟର ଉପରେ ଛୋଟଛୋଟ ବେଲୁନ ଆକାରର ସାଟେଲାଇଟ୍ ସବୁ ଲଗାଇ ରଖିଛନ୍ତି।

Spread the love