ମା’ଲକ୍ଷ୍ମୀଙ୍କ ପ୍ରତୀକ ଝାଡୁ

ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ଘରେ ପୁରୁଣା ଝାଡୁକୁ ସଠିକ ସ୍ଥାନରେ ନରଖିବା ଦ୍ୱାରା ବାସ୍ତୁ ଉପରେ ପ୍ରଭାବ ପକାଇଥାଏ ଏବଂ ଘରପରିବାରରେ ଅମଙ୍ଗଳ ହୁଏ। ବାସ୍ତୁ ଅନୁଯାୟୀ ସମସ୍ତ ଜିନିଷକୁ ସେମାନଙ୍କ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ଉଚିତ। ତେବେ ପୁରୁଣା ଝାଡୁ ସହ ଜଡିତ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।
ଘରକୁ ସର୍ବଦା ନୂଆ ଝାଡୁ କିଣି ଆଣିବା ପରେ ପୁରୁଣା ଝାଡୁ ପକାଇ ଦେବା ଉଚିତ। ଭଙ୍ଗା ଓ ଅତି ପୁରୁଣା ହୋଇଯାଇଥିବା ଝାଡୁକୁ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘର ଓଲାଇବା ପାଇଁ ଭଙ୍ଗା ଝାଡୁର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଘରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଝାଡୁରୁ ବାରମ୍ବାର ଏହାର ଅଂଶ ଖସି ତଳେ ପଡୁଥିଲେ, ଏହାକୁ ଘରେ ରଖନ୍ତୁ ନାହିଁ।
ଅମାବାସ୍ୟା ଦିନ ଭଙ୍ଗା ଝାଡୁକୁ ବାହାରେ ପକାଇପାରିବେ। ଶନିବାର ଦିନ ମଧ୍ୟ ଝାଡୁକୁ ଫିଙ୍ଗି ପାରିବେ। ମାତ୍ର କୌଣସି ଗୁରୁବାର କିମ୍ବା ଶୁକ୍ରବାର ଝାଡୁକୁ ଫିଙ୍ଗନ୍ତୁ ନାହିଁ। ଝାଡୁରେ ପାଦ ମଧ୍ୟ ଲଗାନ୍ତୁ ନାହିଁ।

Spread the love