ଝରାଫୁଲ ମୃତ୍ୟୁ ମାମଲା: ଭୁବନେଶ୍ୱରରେ ପୁଲିସ ଆଗରେ ଡେମୋ ଦେଖାଇଲା ଅଭିଯୁକ୍ତ ରାକେଶ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ଅଭିଯୁକ୍ତ ରାକେଶକୁ ୪ଟି ସ୍ଥାନକୁ ନେଇ ସିନ୍ ରିକ୍ରିଏଟ୍ କରାଇଛି ଯାଜପୁର ଜିଲ୍ଲା କୁଆଖିଆ ପୁଲିସ। ଏଥିପାଇଁ ରାକେଶକୁ ଭୁବନେଶ୍ୱରକୁ ଆଣିଥିଲା ପୁଲିସ । ଆଜି ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟ ହାଉସ, ସୁନ୍ଦରପଦାରେ ଥିବା ରାକେଶର ଘର, ପୋଖରୀପୁଟରେ ଥିବା ମଧୁସୂଦନ ପାର୍କ ଓ ଫାଷ୍ଟଫୁଡ ଦୋକାନକୁ ନେଇ ସିନ୍ ରି-କ୍ରିଏଟ୍ କରାଯାଇଥିବା ସୂଚନା ମିଳିଛି । ସମସ୍ତଙ୍କ ନଜର ରହିଥିଲା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଆଗରେ ରାକେଶ ସିନ୍ ରି-କ୍ରିଏସନ ଅର୍ଥାତ୍ ସେଦିନ କିପରି ଘଟିଥିଲା ଘଟଣା।

ପୂର୍ବରୁ ହୋଟେଲ ରୁମ ସହିତ ଏକାଧିକ ସ୍ଥାନର ସିସିଟିଭି ଭିଜୁଆଲ୍ ଜବତ କରିଥିଲା ପୁଲିସ । ଆଜି ସିନ୍ ରି-କ୍ରିଏଟ୍ କରାଇ ତଦନ୍ତରେ ଆଗକୁ ବଢିଛି କୁଆଖିଆ ପୁଲିସ । ଆଜି ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁରର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହା ପରେ କୁଆଖିଆ ଥାନାରେ ତାକୁ ପଚରାଉଚରା କରାଯିବାପରେ ଭୁବନେଶ୍ୱର ଆଣି ହୋଟେଲରେ ସିନ୍ ରି-କ୍ରିଏସନ୍ କରିଥିଲା କୁଆଖିଆ ପୁଲିସ । ଏହି ଘଟଣାରେ ଗତକାଲି ଝରାଫୁଲଙ୍କ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୁଲିସ ।

Spread the love