କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଆହତଙ୍କ ପାଇଁ ରକ୍ତ ସଂଗ୍ରହ କଲା ଜାରକା ରୋଟାରୀ କ୍ଲବ

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୯ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଗୁରୁତର ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଯାଜପୁର ଜିଲ୍ଲା ଜାରକା ରୋଟାରୀ କ୍ଲବ ପକ୍ଷରୁ ରକ୍ତ ସଂଗୃହୀତ କରାଯାଉଛି। ଜାରକା ଫ୍ଲାଏ ଓଭର ବ୍ରିଜ ତଳେ ଭ୍ରାମ୍ୟମାଣ ଗାଡ଼ିରେ ରକ୍ତଦାତା ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି।

କଟକ ରେଡ଼କ୍ରସ ରକ୍ତ ଭଣ୍ଡାରର ଅଭିଜ୍ଞ ଡାକ୍ତରମାନେ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହୀତ କରାଯାଉଛି। ପାଖାପାଖି ଶହେ ୟୁନିଟ ରକ୍ତ ସଂଗୃହୀତ ଲକ୍ଷ ରଖାଯାଇଥିବା ବେଳେ ରୋଟାରୀ ଓ ଇନରହୁଇଲ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ପରିଚାଳନାରେ ସହାୟତା କରୁଛନ୍ତି।

Spread the love