ନବୀନଙ୍କ ସହାୟତା ଲୋଡିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଓଡିଶାର ଝାରସୁଗୁଡା ଜିଲ୍ଲାରେ ଫସିରହିଥିବା ଶ୍ରମିକଙ୍କୁ ସହାୟତା କରିବା ପାଇଁ ହେମନ୍ତ ସୋରେନ୍ ଅନୁରୋଧ କରିଛନ୍ତି ।

ଝାଡଖଣ୍ଡର ଅନ୍ୟ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷେ ଝାରସୁଗୁଡାରେ ଫସିରହିଥିବା ୨୫ ଶ୍ରମିକ ବିନା ଖାଦ୍ୟରେ ଥିବା କହିଛନ୍ତି ସେ ।

ଅନ୍ୟପକ୍ଷେ ଗ୍ରାହକଙ୍କୁ ନକଲି ଖାଦ୍ୟସାମଗ୍ରୀ ଦେବା ଅଭିଯୋଗରେ ଝାଡଖଣ୍ଡ ସରକାର ହାଜରିବାଗ ଜିଲ୍ଲାର ଏକ ରାସନ୍ ଦୋକାନ ଡିଲରର ଲାଇସେନ୍ସ ପ୍ରତ୍ୟାହାର କରି ନେଇଛନ୍ତି। ଡିଲର୍ ଜଣକ ରାସନ କାର୍ଡଧାରୀଙ୍କୁ କୋଟା ଅପେକ୍ଷା କମ୍ ପରିମାଣର ଖାଦ୍ୟସାମଗ୍ରୀ ଦେଉଥିଲେ । ଏହାସହ ଲୋକଙ୍କ ସହ ଅସଦାଚରଣ ମଧ୍ୟ କରିଥିଲେ ।

Spread the love