ଆଜି ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ଆଜି ସକାଳ ୧୦:୦୦ ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ତରୁଣ ପାଣ୍ଡେ ଝାରସୁଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିବେ । ଏହି ଅବସର ରେ ଏକ ରାଲି ମନମୋହନ ଏମଇ ସ୍କୁଲରୁ ସକାଳ ୧୦:୦୦ ଟା ରେ ଆରମ୍ଭ ହେବ। ପିସିସି ସଭାପତି ଶରତ ପଟ୍ଟନାୟକ, ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ରାଜନ ଏକ୍କା, ବରିଷ୍ଠ ନେତା ପ୍ରଦୀପ ଦେବତାଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସର ନେତୃ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ସେହିପରି ବିଜେଡି ପ୍ରାର୍ଥୀ ୧୮ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ବିଜେପି ମଧ୍ୟ ଖୁବଶୀଘ୍ର ନାମାଙ୍କନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏବେ ଟକ୍କର କିଏ ଜିତିବ ବାଜି ? କାହା ହାତକୁ ଯିବ ଝାରସୁଗୁଡ଼ା ବିଧାନସଭା ମଣ୍ଡଳୀ ? ଅନୁକମ୍ପାମୂଳକ ଭୋଟ ଏଠି ପ୍ରାର୍ଥୀକୁ ବାଜିମାତ କରିବାରେ ସହାୟକ ହେବ ନା ପ୍ରସଙ୍ଗଭିତ୍ତିକ ଭୋଟ ମିଳିବ। ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ପକ୍ଷରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସ, ବିଜେପି ପକ୍ଷରୁ ଯୁବ ଚେହେରା ଟଙ୍କଧର ତ୍ରିପାଠୀ, କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଏବେ ପ୍ରସ୍ତୁତ।

Spread the love