ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା, ଝାରସୁଗୁଡ଼ା ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ରାଜ୍ୟରେ ଅଗ୍ନିବର୍ଷା। ଜଳୁଛି ପଶ୍ଚିମ ଓଡ଼ିଶା, କଲବଲ ଉପକୂଳ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମଲହରୀ। ୮ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ପାରଦ ଛୁଇଁଛି ୪୪.୮ ଡିଗ୍ରୀ ସେଲସିୟସ। ସ୍ୱାଭାବିକ ଦିନ ତାପମାତ୍ରା ଠାରୁ ୫. ୧ଡିଗ୍ରୀ ରହିଛି ଝାରସୁଗୁଡ଼ାର ତାପମାତ୍ରା। ସମ୍ବଲପୁର ଓ ବୌଦ୍ଧରେ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୪.୫, ବରଗଡ଼ରେ ୪୪.୪,. ବଲାଙ୍ଗିରରେ ୪୪.୩, ହୀରାକୁଦରେ ୪୪.୨ ଓ ସୁନ୍ଦରଗଡ଼ରେ ୪୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
୪ଦିନରେ ସର୍ବୋଚ୍ଚ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ଅଧିକ ରହିପାରେ। ଏହା ପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି କହିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଗ୍ରୀଷ୍ମଲହରୀ ପାଇଁ ଆସନ୍ତାକାଲି ୮ଟି ଜିଲ୍ଲା ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।.

Spread the love