ସିଲ ହେଲା ବେଦାନ୍ତ ପ୍ଲାଣ୍ଟ, ତଦନ୍ତ ପାଇଁ ନିର୍ଦ୍ଦେଶ

ଝାରସୁଗୁଡ଼ା ବେଦାନ୍ତ କାରଖାନା ଜିଏପି ପ୍ଲାଣ୍ଟରେ ନିଆଁ ଲାଗିବା ପରେ ତତ୍ପରତା ପ୍ରକାଶ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମଗ୍ର କାରଖାନା ସିଲ କରି ଅଗ୍ନି ନିରାପତ୍ତା ସୁରକ୍ଷା ଯାଂଚ ସହକାରୀ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ଦେଶର ଅନ୍ୟତମ ଝାରସୁଗୁଡ଼ାର ଆଲୁମିନିୟମ ଉତ୍ପାଦ କାରଖାନାରେ ନିଆଁ ଲାଗିଥିଲା । ଆଜି ଜିଏପି ପ୍ଳାଣ୍ଟକୁ ଫ୍ୟାକ୍ଟ୍ରି ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ସୁରକ୍ଷା ଯାଂଚ କରାଯିବା ପାଇଁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଲ ସହ ସମଗ୍ର କାରଖାନାରେ ଅଗ୍ନି ନିରାପତ୍ତା ସୁରକ୍ଷା ଯାଂଚ ହେବା ପରେ ରିପୋର୍ଟ ଆସିଲେ ସମୀକ୍ଷା କରାଯିବ । ସୂଚନାଯୋଗ୍ୟ, ଗତ ଶନିବାର ଦିନ ଝାରସୁଗୁଡ଼ା ଝାରସୁଗୁଡ଼ାର ଆଲୁମିନିୟମ ଉତ୍ପାଦ କାରଖାନାରେ ଭୟାଭହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୭ଜଣ ଆହତ ହୋଇଥିଲେ।

Spread the love