ଦୀର୍ଘାୟୁ କାମନା କରି ପାଳନ ହେଲା ପୁଅ ଜିଉନ୍ତିଆ ଓଷା

ବଲାଙ୍ଗୀର ୧୮/୦୯: ପିଲାମାନଙ୍କର ମଙ୍ଗଳ ମନାସି ମା ସବୁବେଳେ ଭଗବାନଙ୍କ ପାଖପେ ପ୍ରାର୍ଥନା କରେ। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ଏକ ନିଆରା ପରମ୍ପରା ପୁଅ ଜିଉଁତିଆ ପର୍ବ ପାଳନ  କରିବାର ପରମ୍ପରା ରହିଛିl ଏଥିରେ ଦୁତି ବାହନ ମାଁ ଦୁର୍ଗାଙ୍କୁ ପୂଜା କରି ମାଆମାନେ ନିଜ ପୁଅ ପାଇଁ ଦୀର୍ଘାୟୁ କାମନା କରିଛନ୍ତି।

ବଲାଙ୍ଗୀରରେ ବେଶ ଧୁମଧାମରେ ଏହି ପର୍ବ ପାଳନ କରାଯାଇଛି। ମାଆ ମାନେ ଶନିବାରଠାରୁ ନିର୍ଜଳା ଉପବାସ  ରହି  ସଞ୍ଜରେ ନଈ ପୋଖରୀରେ ଚକି ପୂଜା କରିବା  ପରେ  ବିଭିନ୍ନ ପୀଠରେ ଓ ମନ୍ଦୀରରେ ପୂଜା କରିଥାନ୍ତି l ରବିବାର ଭୋରରୁ ପୁଣି ନଈ ପୋଖରୀରେ ଗାଧୋଇ ପୁଣି ଚକି ପୂଜା କରି  ପୁଅକୁ  ୧୦୮ ଦୁବ ଚାଉଳରେ ବନ୍ଦାଇ ଥାନ୍ତିl

Spread the love