କରୋନା ଲକ୍ ଡାଉନ ସ୍ଥିତିରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଛାତ୍ର ବିଜେଡିର “ଜୀବନବିନ୍ଦୁ” କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୬/୦୪:  ସମଗ୍ର ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ “ଜୀବନବିନ୍ଦୁ” କାର୍ଯ୍ୟକ୍ରମର ଆୟୋଜନ କରିଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ସଦସ୍ୟ ସ୍ୱେଚ୍ଛାକୃତ ରକ୍ତଦାନ କରିବାରେ ଆଗେଇ ଆସିଛନ୍ତି । ସାମାଜିକ ପ୍ରତିବଦ୍ଧତାର ପ୍ରଦର୍ଶନ ସ୍ୱରୂପ ଛାତ୍ର ବିଜେଡି କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଇଛି । ସଂଗଠନର କାର୍ଯ୍ୟକର୍ତା ଗ୍ରାମାଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିଛନ୍ତି ।

ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ “ଜୀବନବିନ୍ଦୁ” ଶିବିରରେ ପ୍ରତିଦିନ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଉଛି । ସମସ୍ତ ୩୨ଟି ସାଂଗଠନିକ ଜିଲ୍ଲାରେ ରକ୍ତର ଅଭାବକୁ ଦେଖି ବିଜୁ ଛାତ୍ର ଜନତା ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଅପ୍ରେଲ ୧୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ଦିନ ମାନଙ୍କରେ ଜାରି ରହିବ ।ରକ୍ତଦାନ କରି ଏହି କଠିନ ସମୟରେ ସମାଜ ପ୍ରତି ଉଦାରତା ପାଇଁ ସମସ୍ତ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଏବଂ ରକ୍ତଦାତାଙ୍କୁ ଆନ୍ତରିକ ସାଧୁବାଦ ଓ ଧନ୍ୟବାଦ ।

ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୋଜନା ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

Spread the love