ଗଜପତିରେ ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ, ଜି ତିରୁପତି ରାଓ ନିର୍ଦ୍ୱନ୍ଦରେ ନିର୍ବାଚିତ

ଗଜପତି, ୧୩/୦୩: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ଶେଷ ହୋଇଛି ନିର୍ବାଚନ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭା ଗୃହରେ ଶାନ୍ତି ଶୃଙ୍ଖଳାରେ ସରିଛି ଅଧ୍ୟକ୍ଷ ନିର୍ବାଚନ। ଏଥିରେ ଅଂଶଗ୍ରହଣ କରିଥିଲେ ସମସ୍ତ ୧୪ ଜଣ ନବ ନିର୍ବାଚିତ ଜିଲ୍ଲା ପରିଷଦ। ବିଜୟୀ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ୧୧ ଜଣ ବିଜୁଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦୁଇଟି ଓ ବିଜେପିର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ରହିଛନ୍ତି।

ତେବେ ବହୁ ମତ ପାଇଥିବା ବିଜୁଜନତା ଦଳର ଜିଲ୍ଲା ପରିଷଦ ସଭାପତି ଭାବେ ଜି ତିରୁପତି ରାଓ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଜିଲ୍ଲାର ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ସମେତ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ନେତା ତିରୁପତି ପାଣିଗ୍ରାହୀ, ତଥା ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

ଏହି ବିଜୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରେରିତ ହୋଇ ଆଗକୁ ଦଳର ନୀତି ଆଦର୍ଶ ତଥା ତାଙ୍କ ବିକାଶ ଧାରାକୁ ଆଗେଇ ନେବେ ବୋଲି କହିଛନ୍ତି ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ। ତେବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲପାଇ ବିପୁଳ ସମର୍ଥନ ଦେଇଛନ୍ତି ଜିଲ୍ଲାବାସୀ। ତେଣୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ।

Spread the love