ଜିମ୍‌ ଖୋଲିବା ପାଇଁ ଅନୁମତି ଦାବିରେ ଅନଶନ

ଭୁବନେଶ୍ବର :ଜିମ୍‌ ଖୋଲିବା ପାଇଁ ଅନୁମତି ଦାବିରେ ଅନଶନ ପରେ ଆଲୋଚନା ପାଇଁ ଜିମ୍‌ ମାଲିକଙ୍କୁ ଡାକିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସହ ଆଲୋଚନା କରିବେ। ୨ଜଣ ପ୍ରତିନିଧିଙ୍କୁ ଆଲୋଚନା ପାଇଁ ଡକାଯାଇଥିବା ଜିମ୍‌ ମାଲିକ ସଂଘ ସଭାପତି କହିଛନ୍ତି।

ଜିମ୍‌ ଖୋଲିବା ନେଇ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଜିମ୍‌ ମାଲିକ ଓ କର୍ମଚାରୀ ଅନଶନରେ ବସିଥିଲେ । ଜିମ୍‌ ଖୋଲିବାକୁ ସରକାର ଅନୁମତି ଦେବାକୁ ଦାବି ଜଣାଇଥିଲେ। ଦୁଇ ମାସ ହେଲା ବନ୍ଦ ଯୋଗୁ ଜିମ୍‌ରେ କାମ କରୁଥିବା କର୍ମଚାରୀମାନେ ବହୁତ ହଇରାଣ ହେଉଛନ୍ତି । ଏହାସହ ଲକ୍ଷ ଲକ୍ଷ ଟଙ୍କାର ଜିମ୍‌ ସାମଗ୍ରୀ ବ୍ୟବହାର ନହୋଇ ଖତ ଖାଉଛି। ଅନ୍ୟପଟେ ଭଡା ଘର ନେଇ ଜିମ୍‌ ଚଲାଉଥିବା ମାଲିକ ମଧ୍ୟ ଭଡା ଦେବାକୁ ସକ୍ଷମ ହେଉନଥିବା ଅଭିଯୋଗ କରିଛନ୍ତି।

Spread the love