ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ସ୍ଥାପନ ହେଲା ୧.୪ MTPA Rebar ମିଲ୍‌, ଉଦଘାଟନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଅନୁଗୁଳ, ୨୮/୦୪: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ୧.୪ MTPA Rebar Millକୁ ଉଦଘାଟନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ l ୬ ମିଲିୟନ ଟନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ମଧ୍ୟରୁ ବର୍ତ୍ତମାନ ୧.୪ ମିଲିୟନ ଟନ ଉତ୍ପାଦନ କ୍ଷମତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି । ଆଗକୁ ୨୦୩୦ ସୁଧା ଏହି ପ୍ଲାଣ୍ଟକୁ ୨୫ ମିଲିୟନ ଟନ ଉତ୍ପାଦନ କ୍ଷମତା ରଖିବ ବୋଲି ମଧ୍ୟ ଆଶା ରଖିଛନ୍ତି ନବୀନ ଜିନ୍ଦଲ । ଦେଶ ବର୍ତ୍ତମାନ ୧୨୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରି ସାରା ବିଶ୍ବରେ ଦ୍ବିତୀୟ ସ୍ଥାନ ହାସଲ କରିଛି ବୋଲି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ। ଓଡିଶାରେ ପ୍ରଥମ କରି ୧.୪ ମିଲିୟନ ଟନ rebar plant ନିଶ୍ଚିତ ସ୍ଵାଗତଯୋଗ୍ୟ । ଆଗକୁ ସବୁ ପ୍ରକାରର ସହଯୋଗ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ।

Spread the love