ନନ୍ ଜିଓ ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍

ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି। ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଆଇୟୁସି ଟପ୍ ଅପ୍ ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ। ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ ଡାଟା ପାଇବେ। ତେବେ ପୂର୍ବ ରିଚାର୍ଜରେ ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଯେଉଁଭଳି ଅସୀମିତ କଲ୍ ସୁବିଧା ଥିଲା ଏହି ତିନୋଟି ପ୍ଲାନରେ ସେଭଳି ସୁବିଧା ନାହିଁ ବୋଲି ଜିଓ ସ୍ପଷ୍ଟ କରିଛି।

୨୨୨ ରିଚାର୍ଜ ପ୍ଲାନର ଅବଧି ୨୮ ଦିନ ରହିବ। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ।

୩୩୩ ରିଚାର୍ଜ ପ୍ଲାନର ଅବଧି ଦୁଇ ମାସ ରହିବ। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ।

୪୪୪ ରିଚାର୍ଜ ପ୍ଲାନର ଅବଧି ତିନି ମାସ ରହିଛି। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ।

 

 

Spread the love