ଜେକେ ପେପର ଓ ସ୍ପର୍ଶ ଓଡିଶା ସହାୟତାରେ  ଅଗଷ୍ଟ ୪ରେ Mission One Million Fruit tree Planation କାର୍ଯ୍ୟକ୍ରମ

ଜେକେ ପେପର ଓ ସ୍ପର୍ଶ ଓଡିଶା ସହାୟତାରେ ଏକ ମିଲିୟନ ଫଳ ବୃକ୍ଷରୋପଣ କରାଯିବ । ଆସନ୍ତା ୪ ତାରିଖ ଦିନ ଏହି କାର୍ଯ୍ୟକ୍ରମ ପିପିଲି ଠାରେ ଆରମ୍ଭ ହେବାକୁ ଯାଉଛି  ।

ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ  ଯୋଗଦେଇ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି  । ତାଙ୍କ ସହ ପିପିଲି ବିଧାୟକ ପ୍ରଦୀପ ମହାରଥୀ, ଏସ୍ଏନ୍ ମହାନ୍ତି ଗୋଷ୍ଠୀ, ଏବଂ ସିଆଇଆଇ ଓଡିଶାର ଅଧ୍ୟକ୍ଷ ପ୍ରଦୀପ ମହାନ୍ତି, ଭାରତର ଜଳବାୟୁ ବାସ୍ତବର ପ୍ରବନ୍ଧକ ଆଦିତ୍ୟ ପୁନ୍ଦିର, ରାଜମୋହନ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ପରିଚାଳନା ପ୍ରଧାନାଚାର୍ଯ୍ୟ ପ୍ରାଧାୟପକ ପିଏସ ସୁଭାରାତ, ଜେକେ ପେପର ଓ ସ୍ପର୍ଶ ଓଡିଶାର ଜେନେରାଲ ମ୍ୟାନେଜର ପ୍ରଫୁଲ୍ଲ କୁମାର ଧଳ ପ୍ରମୁଖ ଉପସ୍ଥିତ ରହିବେ  । 
ଏହାସହ ଆମେରିକା ସ୍ଥିତ ପାଣିପାଗ ବାସ୍ତବର ପରିଚାଳନା ଭାରତ ଫାଉଣ୍ଡେସନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବଂ ନୋବେଲ ବିଜେତା ଏଲ ଗୁରେ ଏହି ବୃକ୍ଷରୋପଣ କାର୍ଯକ୍ରମରେ ସହଯୋଗ କରିବେ  । ସାମ୍ପ୍ରତିକ ପରିସ୍ଥିତିରେ ପୃଥୀବିର ପରିବର୍ତ୍ତିତ ଜଳବାୟକୁ ଲକ୍ଷକରି ଏହି ଏହି କାର୍ଯ୍ୟକ୍ରମ କରାଯାଉଛି  । ବିଶେଷକରି  ଗତ  ଫନି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ପୁରୀ ଜିଲ୍ଲାର ପିଲିଲି ଅଞ୍ଚଳରେ ଏହି ବୃକ୍ଷରୋପଣ କରାଯିବ  । ୨୦୩୦ ସୁଦ୍ଧା ଓଡିଶାରେ ଏକ କୋଟି ଫଳଗଛ ରୋପଣ କରାଯିବାର ଲକ୍ଷ ରଖାଯାଇଛି  । ଆଗାମୀ ଦୁଇବର୍ଷ ମଧ୍ୟରେ ଆମେରିକାର ମିଳିତ ସହେଯାଗରେ ଅନେକ ବୃକ୍ଷରୋପଣ କରିବାର ଲକ୍ଷରଖାଯାଇଛି । ବୃକ୍ଷରୋପଣ ମାଧ୍ୟମରେ ୭୦୦୦ ଫଳବଗିଚା ଦ୍ୱାରା ଏକଲକ୍ଷ ପରିବାର ଉପକୃତ ହେବା ସଙ୍ଗେସଙ୍ଗେ  ୫ରୁ ୧୦ଟି ବୃକ୍ଷ ମାଧ୍ୟମରେ ୭୫୦୦ ମ୍ୟାଟ୍ରିକ୍ ଟନ୍ ଫଳ ଅମଳ କରିହେବ । ୪-୫ ବର୍ଷ ମଧ୍ୟରେ ଉଦ୍ୟାନ ଭିତ୍ତିକ କାର୍ଯ୍ୟକ୍ରମ ଓ ଅନେକ ନିଯୁକ୍ତି ସୃଷ୍ଟି କରିହେବ  । ଉଦ୍ୟେଗପତି, ଏନଜିଓ, ସିବିଡି ଏବଂ ସ୍ଥାନୀୟ ଏନଜିଓର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ପ୍ରଫୁଲ୍ଲ କୁମାର ଧଳ  । 

Spread the love