ଜିଏମୟୁ ବାଣିଜ୍ୟ ବିଭାଗ‌ ତରଫରୁ ଚିତ୍ର ଓ ଚିତ୍ର ଉତ୍ତୋଳନ ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଉଦଘାଟିତ…

ସମ୍ବଲପୁର ;ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ( ଜିଏମୟୁ )ର ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ଶୁକ୍ରବାର ଦିନ ଚିତ୍ର ଓ ଚିତ୍ର ଉତ୍ତୋଳନ ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼ଃ ପ୍ରୀତିଶ୍ ଆଚାର୍ଯ୍ୟ ଏବଂ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗାରାଜୁ ଉଦଘାଟନ କରିଥିଲେ । ବିଶ୍ଵବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଜୁଗଲେଶ୍ୱରୀ ଦାସ , ଉପ କୁଳସଚିବ ଡ଼ଃ. ଉମାଚରଣ ପତି , ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ଏବଂ ବିତ୍ତ ନିୟନ୍ତ୍ରକ ଶ୍ରୀମତୀ କନକଲତା ଏକ୍କା ଏବଂ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ଏହି ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଶ୍ୟାମା ଚରଣ ଆଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଚିତ୍ର କଳା ପ୍ରଦର୍ଶନରେ ରୋହନ୍ , ଖିତିସ୍ , ନିଳିମା , ସୁଶାନ୍ତ , ଅନନ୍ୟା , ଆଦିତ୍ୟ , ସତ୍ୟବ୍ରତ ‌, ମୃତ୍ୟୁଞ୍ଜୟ , ଓ ସୁଧାଂଶୁ ଅଂଶଗ୍ରହଣ କରିଥିଲେ । ଖାଦ୍ୟ ମେଳାରେ ଫରାଦ୍ , ଶ୍ଵେତା , ସୁଭ୍ରତା , ଆୟୁଷ ,ବିଜୟ , ଲକ୍ଷ୍ମୀ , ବୈଷ୍ଣବ ,ସମୀର , ରିତେସ୍ ,ଅମିତ୍ , ଶୁଭମ୍ , ବାବୁ , ଜୟଶ୍ରୀ , ସୁନୀଲ , ସୁରଜ୍ , ଅଭିଷେକ ଓ ଗଗନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ. ପ୍ରିୟବ୍ରତ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ବ୍ୟତୀତ ଅଧ୍ୟାପକ ଡ.ଜ୍ଞାନରଞ୍ଜନ ବଳ , ସୁବାଷ ଚନ୍ଦ୍ର ଝାଙ୍କର , ଅମ୍ରିତ୍ ପ୍ରସାଦ ସିଂ ଓ ଅଧ୍ୟାପିକା ସରୋଜା ମେହେର ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଗବେଷକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅର୍ଜୁନ , ସତ୍ୟ ଓ ବିକାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ ରହିଥିଲେ । ବାଣିଜ୍ୟ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ସଫଳ କରିଥିଲେ ।

Spread the love