କର୍ମଚାରୀଙ୍କୁ 8ଘଣ୍ଟାରୁ ଅଧିକ କାମ କରାଇଲେ 10 ଲକ୍ଷ ଜୋରିମାନା ଗଣିବ ସଂସ୍ଥା

ସରକାରୀ ହେଉ କିମ୍ବା ବେସରକାରୀ କର୍ମଚାରୀଙ୍କୁ 8ଘଣ୍ଟାରୁ ଅଧିକ ସମୟ କାମ କରାଇପାରିବେନି କର୍ତ୍ତୃପକ୍ଷ ।  କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ସହ ଜଡିତ ସଂସଦର ଷ୍ଟାଣ୍ଡିଂ କମିଟି ପକ୍ଷରୁ ସବୁ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଏକ ସର୍ବନିମ୍ନ ପାରିଶ୍ରମିକ ବା ମଜୁରୀ (ମିନିମମ ୱେଜ୍) ଲାଗୁ କରିବାକୁ ସୁପାରିସ୍ ହୋଇଛି । ତେବେ ସେ ସରକାରୀ କ୍ଷେତ୍ର ହେଉ ଅବା ବେସରକାରୀ । ସଂଗଠିତ ହୋଇଥାଉ ଅବା ଅସଂଗଠିତ, ସବୁ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ସର୍ବନିମ୍ନ ପାରଶ୍ରମିକ ଲାଗୁ ହେବ । ଖାଲି ଏତିକି ନୁହେଁ ସର୍ବନିମ୍ନ ପାରିଶ୍ରମିକ ଦେବାକୁ ମନା କରିବା ଉପରେ ଉଭୟ ସଂସ୍ଥା ବା କମ୍ପାନୀକୁ ଜରିମାନା ବାବଦକୁ 10 ଲକ୍ଷ ଟଙ୍କା ଦେବାକୁ ପଡିପାରେ ।

ସେହିଭଳି କୌଣସି ବି ସେକ୍ଟରର କର୍ମଚାରୀଙ୍କୁ 8ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରାଇପାରିବେ ନାହିଁ ସଂସ୍ଥା କିମ୍ବା କଂପାନୀ । ତେବେ ସେଭଳି କୌଣସି ଜରୁରୀ କାମ କହି ବି କର୍ମଚାରୀଙ୍କୁ କୌଣସି ବି ମାଲିକ ଅଫିସରେ ଅଧିକ ସମୟ ଅଟକାଇପାରିବେ ନାହିଁ ।

ଏଥିସହିତ ହିଁ ପ୍ରତି 5 ବର୍ଷରେ କର୍ମଚାରୀଙ୍କ ଏହି ସର୍ବନିମ୍ନ ପାରିଶ୍ରମିକକୁ ରିୱାଇଜ୍ କରାଯିବ । ଏକ ନ୍ୟାସନାଲ ମିନିମମ ୱେଜ୍ ଧାର୍ଯ୍ୟ କରାଯିବ । ଯାହାକୁ ଆଧାର କରି ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟ ପାଇଁ ସର୍ବନିମ୍ନ ପାରିଶ୍ରମିକ ନିର୍ଧାରଣ କରିବେ । ଯାହାକି ବାଧ୍ୟତାମୂଳକ ରହିବ । ସଂସଦୀୟ ସମିତି ନିଜ ରିପୋର୍ଟ ଲୋକସଭାରେ ହସ୍ତାନ୍ତର କରିଛି । ଗତବର୍ଷ କୋଡ ଅଫ ୱେଜ୍ ବିଲକୁ ଲୋକସଭାରେ ଉପସ୍ଥାପନା କରାଯାଇଥିଲା, ଯାହାକୁ ହସ୍ତାନ୍ତର କରାଯାଇଥିଲା । ଏବେ କମିଟି ନିଜ ରିପୋର୍ଟ ଲୋକସଭାକୁ ନ୍ୟସ୍ତ କରିଛି ।

Spread the love