ଯୋଗୀଙ୍କ କାର୍ଯ୍ୟାନୁଷ୍ଠାନ: ୮ ଅଧିକାରୀ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ୮ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ଜିଲ୍ଲା ମାଜିଷ୍ଟ୍ରେଟ ସାମିଲ ଅଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଗୋ-ସଂପଦଙ୍କ ଚିକିତ୍ସାରେ କର୍ତ୍ତବ୍ୟ ଅବହେଳା କରାଯାଇଥିବାରୁ ଘଟଣା ସହିତ ସଂପୃକ୍ତ ୮ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ରବିବାର ସନ୍ଧ୍ୟାରେ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହିତ ଏକ ଭିଡ଼ିଓ ସମ୍ମିଳନୀ କରିଥିଲେ । ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ କମିଶନଙ୍କୁ ନିରାଶ୍ରୟ ଗାଈମାନଙ୍କ ମୃତ୍ୟୁର ତଦନ୍ତ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଯଦି ଏଭଳି ଘଟଣା ସାମ୍ନାକୁ ଆସିଥାଏ, ତା’ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । 

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ଅସ୍ଥାୟୀ ଗୋଶାଳାରେ ମାତ୍ର କିଛି ଦିନ ମଧ୍ୟରେ ୩୫ଟି ଗାଈଙ୍କର ମୃତ୍ୟୁ ଘଟିଛି । ଗାଈ ମାନଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ନଥିଲେ ବି ବଜ୍ରପାତ ଯୋଗୁଁ ଏହା ହୋଇଥାଇପାରେ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ୱାମୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଥିଲେ । 

Spread the love