ଉତ୍ତର ପ୍ରଦେଶ ନିର୍ବାଚନ: କେଉଁଠୁ ଲଢିବେ ଯୋଗୀ ଆଦିତ୍ୟନାଥ ?

ଲକ୍ଷ୍ନୌ,୧୨/୦୧:  ଆସନ୍ତା ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ଲଢିବେ ନିର୍ବାଚନ ? କେଉଁ ଆସନରୁ ଯୋଗୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଚିନ୍ତା କରୁଛି ଗେରୁଆ ଦଳ ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ତେବେ ଏହାରି ଭିତରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି । ଯୋଗୀ ଆଦିତ୍ୟନାଥ ୨୦୨୨ର ବିଧାନସଭା ନିର୍ବାଚନ ଅଯୋଧ୍ୟରୁ ଲଢିପାରିନ୍ତି।

ବିଜେପିର କେନ୍ଦ୍ରୀୟ ନେତୃମଣ୍ଡଳ ଏହା ଉପରେ ବିଚାର କରୁଥିବା ଜଣାପଡିଛି । ଦଳୀୟ ନେତାଙ୍କ ମତ, ଅଯୋଧ୍ୟା ହିନ୍ଦୁତ୍ୱ ଏବଂ ବିକାଶ ଉଭୟର ମଡେଲ୍। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେଠାରୁ ନିର୍ବାଚନ ଲଢିବା ଦରକାର । ଏହାଦ୍ୱାରା ଏହି ଅଞ୍ଚଳ ସହ ସାରା ରାଜ୍ୟରେ ଏକ ସକାରାତ୍ମକ ବାର୍ତ୍ତା ଯିବ । ତେବେ ଯୋଗୀ ଆଦିତ୍ୟନାଥ କେଉଁଠାରୁ ନିର୍ବାଚନ ଲଢିବେ ଏହାର ନିଷ୍ପତ୍ତି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ହିଁ ନେବ ।

ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ ମଥୁରାରୁ ନିର୍ବାଚନ ଲଢିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବୁଧବାର ଏହି ଚର୍ଚ୍ଚା ଉପରେ ବିରାମ ଲାଗିଥିଲା ଏବଂ ଯୋଗୀ ମଥୁରାରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା।

Spread the love