ପୌର ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କୁ ଶକ୍ତ ଝଟକା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୌର ନିର୍ବାଚନ ପୂର୍ବରୁ କ୍ଷମତାସୀନ ଯୋଗୀ ଆଦିନତ୍ୟନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ଚିଠା ବିଜ୍ଞପ୍ତିକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରି ଦେଇଛନ୍ତି। ଏଥିସହ ଓବିସିଙ୍କ ପାଇଁ ବିନା ସଂରକ୍ଷଣ ବ୍ୟବସ୍ଥାରେ ପୌର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡିକେ ଉପାଧ୍ୟାୟ ଓ ଜଷ୍ଟିସ ସୌରଭ ଲାଭାନିଆଙ୍କ ଡିଭିଜନାଲ ବେଞ୍ଚ ଏପରି ରାୟ ପାସ କରିଛନ୍ତି।

ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶ ସରକାର ଗୋଟିଏ ଚିଠା ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କ ପାଇଁ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ରହିବ। କିନ୍ତୁ ସୁପ୍ରିମକୋର୍ଟଙ୍କ ଟ୍ରିପଲ ଟେଷ୍ଟ ପରାମର୍ଶକୁ ଓବିସି ସଂରକ୍ଷଣ ବେଳେ ଅଣଦେଖା କରାଯାଇଥିବା ଅଭିଯୋଗ କରି ଗୋଟିଏ ଜନସ୍ୱାର୍ଥ ମାମଲା କୋର୍ଟରେ ଆଗତ କରାଯାଇଥିଲା।

Spread the love