ପିତାଙ୍କ ଶେଷକୃତ୍ୟରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଲକ୍ଷ୍ନୌ: ଆଜି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କ ଦେହାନ୍ତ ହୋଇଥିବାବେଳେ ସେ ଗତକାଲି ପିତାଙ୍କ ଶେଷକୃତ୍ୟରେ ଯୋଗ ଦେବେନାହିଁ ବୋଲି କହିଛନ୍ତି । ତେବେ ସେ କରୋନା ଭାଇରସ୍ ଲକ୍ ଡାଉନ୍ କାରଣରୁ ଏଭଳି ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିସ୍ତ୍ ସୋମବାର ସକାଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |

ଚାଲିଥିବା କରୋନାଭାଇରସ୍ ଲକଡାଉନକୁ ଦୃଷ୍ଟିରେ ରଖି ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର ସମୟରେ ଲୋକଙ୍କ ସର୍ବନିମ୍ନ ଉପସ୍ଥିତି ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ କେ ଅବସ୍ତି କହିଛନ୍ତି ଯେ, ସକାଳ ୧୦: ୪୪ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କର ସ୍ୱର୍ଗବାସ ହୋଇଛି। ଆମେ ଗଭୀରତମ ଶୋକବ୍ୟକ୍ତ କରୁଛୁ।

Spread the love