ଧୁମ୍‌ଧାମ୍‌ରେ ପାଳିତ ହେବ ଧଉଳି ଶାନ୍ତିସ୍ତୂପ ସୁବର୍ଣ୍ଣ ଜୟନ୍ତୀ

ଧୁମ୍‌ଧାମ୍‌ରେ ପାଳିତ ହେବ ଶାନ୍ତିସ୍ତୂପ ସୁବର୍ଣ୍ଣ ଜୟନ୍ତୀ। ପ୍ରସ୍ତୁତି ଜୋରଦାର। ଦେଶବିଦେଶରୁ ଆସିଛନ୍ତି ବୁଦ୍ଧ ସାଧୁ ସନ୍ଥ।। ଆଜି ରାଜଧାନୀ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୁଦ୍ଧ ସାଧୁ ସନ୍ଥ। ରାଜଭବନ ସର୍କିଟ ହାଉସରୁ ବାହାରି ଏକ ଶାନ୍ତି ଶୋଭାଯାତ୍ରା ଧଉଳି ପର୍ଯ୍ୟନ୍ତ ହୋଇଥିଲା। ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୁଦ୍ଧ ଧର୍ମ ଗୁରୁ ଓ ପ୍ରଚାରକ ମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ। ପରେ ଧଉଳି ଶାନ୍ତି ସ୍ତୁପରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା ଅନୁଷ୍ଠିତ ହେବ।ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ପୂଜାପାଠ,ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନା ପ୍ରକମ୍ପିତ ହେବ ଶାନ୍ତି ସ୍ତୁପ ଧଉଳି। ଆସନ୍ତା କାଲିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ ନୂତନ ରୂପରେ ସଜେଇ ହୋଇଛି ଧଉଳି।

Spread the love