ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ବିଜେପିରେ ଯୋଗ ଦେଲେ

ଭୁବନେଶ୍ୱର, ତା.୧୬/୦୪: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ଚେୟାରମ୍ୟାନ ଶ୍ରୀ ବେଦବ୍ୟାସ ନାୟକ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ନାୟକଙ୍କ ସହ ବିଜେଡି ନେତା ଅକ୍ଷୟ କୁମାର ରାଉଳ, ଶ୍ରୀଧର ନାଏକ, ପୂର୍ବତନ ସରପଂଚ ମନୋଜ କୁମାର ନାଏକ, ଦେବାନନ୍ଦ ନାଏକ ବିଜେପିରେ ଯୋଗ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ଶର୍ମା ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର ଉପସ୍ଥିତ ଥିଲେ ।

Spread the love