ଅଧିକ କାମର ଚାପରେ ମହିଳାଙ୍କ ଗଣ୍ଠି ଯନ୍ତ୍ରଣା ସହଜ ଉପାୟ

ସାରା ଦିନ ପରିବାର ଏବଂ ଘର କାମର ଚାପରେ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳିଥାଏ। ଏହାକୁ ରୋକିବା ଲାଗି ଅନେକେ ପେନ୍‌କିଲର ମଧ୍ୟ ସେବନ କରିଥାନ୍ତି। ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଏହାର ଅଧିକ ସେବନ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ତେଣୁ ଆପଣମାନେ ଚାହିଁଲେ କେତେକ ରୋଷେଇ ସାମଗ୍ରୀକୁ ବ୍ୟବହାରକରି ଗଣ୍ଠିଯନ୍ତ୍ରଣାରୁ ଉପଶମ ପାଇପାରିବେ।ଯଥା –

ରସୁଣ : ରସୁଣକୁ ପେଷ୍ଟକରି ମହୁ ମିଶାଇ ପ୍ରତିଦିନ ଖାଇବା ସମୟରେ ଏକ ଚାମଚ ଖାଇଲେ ଗଣ୍ଠିଯନ୍ତ୍ରଣା କମିଥାଏ। ରସୁଣ ପେଷ୍ଟକୁ ତେଲରେ ମିଶାଇ ଗଣ୍ଠି ସ୍ଥାନରେ ମାଲିସ୍‌ କଲେ ମଧ୍ୟ ଉପଶମ ମିଳିଥାଏା

ମେଥି : ମେଥିକୁ ମଧ୍ୟ ଗଣ୍ଠିଯନ୍ତ୍ରଣା କମାଇବା ଲାଗି ଖାଇପାରିବେ। ପ୍ରତିଦିନ ରାତିରେ ମେଥିକୁ ଭିଜାଇ ରଖି ସକାଳେ ଚୋବାଇ ଖାଇବା ଦ୍ବାରା ଯନ୍ତ୍ରଣା ଦୂର ହୋଇଥାଏ।

ପିଆଜ : ପିଆଜରେ ଅଧିକ ପରିମାଣରେ ସଲ୍‌ଫର୍‌ ଭରି ରହିଛି, ଯାହାକି ଗଣ୍ଠିରେ ଯନ୍ତ୍ରଣା ସୃଷ୍ଟି କରୁଥିବା ଏଞ୍ଜାଇମ୍‌କୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଖାଇବାରେ କଞ୍ଚା ପିଆଜକୁ ସାମିଲ କଲେ ଉପକୃତ ହେବେ।

ତେଲ : ଅଣ୍ଟା ଯନ୍ତ୍ରଣା ଲାଗି କଷ୍ଟ ପାଉଥିଲେ ଦେଶୀ ଘିଅରେ ସୁଣ୍ଠି ମିଶାଇ ଖାଇଲେ ଉପକୃତ ହେବେ। ନଡ଼ିଆତେଲ କିମ୍ବା ସୋରିଷତେଲରେ ରସୁଣ ପକାଇ ଗରମ କରି କିମ୍ବା ନଡ଼ିଆତେଲରେ କର୍ପୂର ମିଶାଇ ଗରମକରି ଅଣ୍ଟାରେ ମାଲିସ୍‌ କଲେ ଯନ୍ତ୍ରଣାରୁ ଉପଶମ ପାଇପାରିବେ।

 କ୍ଷୀର : ଏକ ଗ୍ଲାସ୍‌ ଉଷୁମ କ୍ଷୀରରେ ଏକ ଚାମଚ ହଳଦୀଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ପିଇଲେ ବି ଯନ୍ତ୍ରଣା କମିଥାଏ।

Spread the love