ସ୍ପଷ୍ଟ ଦିବାଲୋକରେ ଗହଣା ଦୋକାନ ଓ ପେଟ୍ରୋଲ ପମ୍ପରୁ ଚୋରି; ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ଼ ୧୯/୦୭: ଦିନ ଦ୍ୱିପ୍ରହରେ ସିରିଜ୍ ଲୁଟ୍। ବୋମାମାଡ଼  ଓ ଫାଙ୍କା ଗୁଳିଚାଳନା କରି ସୁନା ଦୋକାନରୁ ଓ ପେଟ୍ରୋଲ୍ ପମ୍ପରୁ ୩ ଦୁର୍ବୃତ୍ତ ଡକାୟତି କରିଛନ୍ତି। ଦୁର୍ବୃତ୍ତମାନେ ଏକ ଆପାଚି ବାଇକରେ ଆସି ଲୁଟ୍ କରିଛନ୍ତି। ଗାଡିଟି ଧଳା ଏବଂ ନୀଳ ରଙ୍ଗର ବୋଲି ପ୍ରତକ୍ଷଦର୍ଶୀ କହିଛନ୍ତି। ତିନିଜଣ ଲୁଟେରା ମୁଖା ପିନ୍ଧିବା ସହ ଦୁଇଜଣ ହେଲମେଟ୍ ପିନ୍ଧିଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଶରଣକୂଳ ଥାନା ଗୋଡିପଡ଼ା ବଜାରରେ ଥିବା ମହାଲକ୍ଷ୍ମୀ ଜୁଏଲାରୀ ଦୋକାନରୁ ପ୍ରାୟ ଦିନ ୨ଟା ସମୟରେ ଲୁଟ୍ କରିଥିଲେ।

ସୁନା ଦୋକାନୀ ହରିହର ସାହୁ ଦୋକାନ ସାମ୍ନାରେ ଥିବା ନିଜର ଅନ୍ୟ ଏକ ମରାମତି କେନ୍ଦ୍ରରେ କାମ କରିବାବେଳେ ଦୁର୍ବୃକତ୍ତମାନେ ମୁଖ୍ୟ ଦୋକାନରେ ପଶିଥିଲେ ଦୁର୍ବୃତ୍ତ। ତେବେ ହରିହର ଏସବୁ ଦେଖି ଦୋକାନକୁ ଆସୁଥିବାବେଳେ ଲୁଟେରାମାନେ ତାଙ୍କ ଉପରକୁ ଏକ ବୋମା ଫିଙ୍ଗିଥିଲେ। ବୋମାମାଡରେ ଆହତ ହରିହର ଭୟରେ ସେଠାରୁ ଚାଲିଯିବା ପରେ ଲୁଟେରା ଦୁଇ ଦୋକାନରେ ଭଙ୍ଗାରୁଜା କରି ୩୦୦ଗ୍ରାମରୁ ଅଧିକ ସୁନା ଅଳଙ୍କାର ଏବଂ ୩ କିଲୋରୁ ଅଧିକ ରୁପା ଅଳଙ୍କାର ଚୋରୀ କରିନେଇଛନ୍ତି।

ପରେ ଗୋଡ଼ିପଡ଼ା ବଜାରଠାରୁ ୨ କିମି ଦୂରରେ ଡମସାହି ପାଖରେ ଥିବା ରଘୁନାଥ ପେଟ୍ରୋଲ ଟାଙ୍କିରେ ଲୁଟେରାମାନେ କର୍ମଚାରୀଙ୍କୁ ମାଡମାରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ୩ ଦୁର୍ବୃତ୍ତ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ନେଇଛନ୍ତି। ଟାଙ୍କିରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଲୁଟେରା। ଖବର ପାଇ ଶରଣକୂଳ ଏସଡିପିଓ ଥାନାଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Spread the love