ଜୋଶୀମଠର ବର୍ତମାନ ସ୍ଥିତି ଉପରେ ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ

ଉତ୍ତରାଖଣ୍ଡର ଜୋଶୀମଠରେ ମାଟି ଅତଡା ଖସିବା କାରଣରୁ ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ସେଠିକାର ବାସିନ୍ଦାଙ୍କୁ ସ୍ତାନାନ୍ତର କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୋଶୀମଠର ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀଙ୍କ ସହ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ, ଜଳ ଯୋଗାଣମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ, ପର୍ଯ୍ୟଟନମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ଶକ୍ତିମନ୍ତ୍ରୀ ଆରକେ ସିଂ ଉପସ୍ଥିତ ଥିଲେ । ଏହି ବୈଠକରେ ଜୋଶୀମଠର ସ୍ଥିତି ଉପରେ ଆଲୋଚନା ହୋଇଛି ।

ବୈଠକରେ ବର୍ତମାନ ପରିସ୍ଥିତିରେ ସେଠାରୁ କିଭଳି ଲୋକମାନଙ୍କୁ ଉଦ୍ଧାର କରାଯିବ ତାହା ଉପରେ ଆଲୋଚନା ହୋଇଛି । ଏହା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ସହ କେନ୍ଦ୍ର ଗୃହମନ୍ତ୍ରୀ ଫୋନ ଯୋଗେ କଥା ହୋଇଥିଲେ । ଏହି ବାର୍ତାଳପ ବେଳେ ଗୃହମନ୍ତ୍ରୀ ଆଶ୍ୱାସନା ଦେଇଥିଲେ କି କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି ଜୋଶୀମଠ ମାମଲାର ସମାଧାନ ପାଇଁ ଉତ୍ତରାଖଣ୍ଡ ସରକାର ଚେଷ୍ଟା ଚଳାଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା କଥା ରାଜନାଥ ସିଂ କହିଛନ୍ତି । ସେପଟେ ଏବେ ପୁଷ୍କରସିଂ ଧାମୀ ଯୋଶୀମଠ ଗସ୍ତରେ ଅଛନ୍ତି । ସେଠାରେ ସେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି କ୍ରମରେ ଶାସନ ଓ ପ୍ରଶାସନ କିଭଳି ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିପାରିବେ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

Spread the love