ଆମ୍ବୁଲାନ୍ସ ଆସିପରିଲାନି ଗାଁ କୁ , ସାମ୍ବାଦିକ ଭାରରେ ବୋହିଲେ ରୋଗୀ

ଗାଁ କୁ ରାସ୍ତା ନାହିଁ, ସେଥିପାଇଁ ଆମ୍ବୁଲାନ୍ସ  ଆସି ପାରିଲାନି । ବାଧ୍ୟହୋଇ ସମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକ  ଭାରରେ ରୋଗୀ  ବୋହିନେଇଥଲେ।  ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି  ଗୋଇଗୁଡା ଗ୍ରାମରେ । ଉକ୍ତ ଗ୍ରାମର ସମାବରି ବଡନାୟକ ନାମକ ଜମେ ମହିଳାଙ୍କ ଦେହ ଖରାପ ହେବାରୁ ସେମାନେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ।

ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନି । ଏମିତିକି ଗ୍ରାମରେ ଝାଟି ପର୍ବ ଥିବାରୁ ଗାଁ ଲୋକେ ମଧ୍ୟ ଆସି ପରିଲେନି । ତେଣୁ ବାଧ୍ୟ ହୋଇ କାର୍ଯ୍ୟରତ କିଛି ସାମ୍ବାଦିକ  ଭାରରେ ରୋଗୀକୁ ବୋହିଥିଲେ ।  ଗାଁରୁ ପ୍ରାୟ 4 କିମି ନେବାପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନ ନିଆଯାଇଥିଲା । ସାମ୍ବିଦିକଙ୍କ ଏଭଳି କାମ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟି ଆସୁଛି ।

Spread the love