ଗଣମାଧ୍ୟମର ଗଳାରୁଦ୍ଧ ! ୩୫୦ ଯାଇଛନ୍ତି ଜେଲ, ୪୭ଙ୍କୁ ହତ୍ୟା

ସତ୍ୟଦ୍ରଷ୍ଟା : ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ହ୍ରାସ ପାଉଛି । ମେକ୍ସିକୋ ସାମ୍ବାଦିକଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଦେଶରେ ପରିଣତ ହୋଇଛି । ବର୍ଷ ୨୦୨୧ରେ ୩୫୦ ସାମ୍ବାଦିକଙ୍କୁ ଜେଲ ଯିବାକୁ ପଡିଥିବା ବେଳେ ୪୭ ଜଣ ହତ୍ୟାର ଶିକାର ହୋଇଛନ୍ତି । ଏଭଳି କିଛି ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରେସ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠିଛି । ଦିନକୁ ଦିନ ପ୍ରେସର ସ୍ୱାଧୀନତା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ତଥ୍ୟ ଏୟା ମଧ୍ୟ କହୁଛି ୮୦ ପ୍ରତିଶତ ରାଷ୍ଟ୍ରରେ ପ୍ରେସ ସ୍ୱାଧୀନତା ହ୍ରାସ ପାଉଛି । ସେହିଭଳି ୨୦ ପ୍ରତିଶତ ଦେଶରେ ପ୍ରେସ ଉପରେ କୌଣସି ପ୍ରକାର କଟକଣା ଲାଗିପାରୁନାହିଁ । ଗଣମାଧ୍ୟମ ସବୁବେଳେ ଲୋକଙ୍କ ସ୍ୱାର୍ଥକୁ ନେଇ କାମ କରୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି । ଆଗାମୀ ଦିନରେ ବି ଏହା ଆହୁରି ଅଧିକ ଅବନତି ଘଟିବାର ସମ୍ଭାବନା ରହିଛି । ନିଜ ଦେଶରେ ପ୍ରେସ ସ୍ୱାଧୀନତା ହ୍ରାସ ପାଉଥିବା ୪୦ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ।
ବିଶ୍ୱର ବିଭିନ୍ନ ଦେଶର କଥାକୁ ଯଦି ଆମେ ଦେଖିବା ମେକ୍ସିକୋ ସାମ୍ବାଦିକଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଦେଶ । ରିପୋର୍ଟ୍ସ ୱିଦାଉଟ ବର୍ଡରର ତଥ୍ୟ କହୁଛି ମେକ୍ସିକୋରେ ୫ ବର୍ଷରେ ୪୭ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ସେହିଭଳି ଚୀନରେ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ସେମାନଙ୍କୁ ଜେଲରେ ଭର୍ତ୍ତି କରାଯାଉଛି । ପ୍ରେସ ସ୍ୱାଧୀନତାରେ ଭାରତ ବିଶ୍ୱରେ ୧୮୦ ରାଷ୍ଟ୍ର ମଧ୍ୟରେ ୧୪୨ ତମ ସ୍ଥାନରେ ରହିଛି । ରିପୋର୍ଟସ ସେନ୍ସ ଫ୍ରିଡମ ରାଙ୍କିଂରେ ନରୱେ ପ୍ରଥମ, ଫିନଲାଣ୍ଡ ଦ୍ୱିତୀୟ, ଡେନମାର୍କର୍ ତୃତୀୟ ସ୍ଥାନରେ ରହିଛି । ଉତ୍ତର କୋରିଆ ୧୭୯ କମ ସ୍ଥାନରେ ଥିବା ବେଳେ ଶେଷରେ ଇରିଟ୍ରିଆ ରହିଛି ।
ସେହିଭଳି ୟୁନୋସ୍କୋ ଏବଂ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜର୍ଣ୍ଣାଲିଷ୍ଟ(ଆଇସିଏଫଜେ)ର ତଥ୍ୟ କହୁଛି ମହିଳା ସାମ୍ବାଦିକଙ୍କ ସ୍ଥିତି ସବୁଠାରୁ ଖରାପ ରହିଛି । କାମ କରିବା ସମୟରେ ଅନେକ ଅନଲାଇନ ହିଂସାର ଶିକାର ହେବାକୁ ପଡୁଥିବା ୭୩ ପ୍ରତିଶତ ମତ ଦେଇଛନ୍ତି । ୨୫ ପ୍ରତିଶତଙ୍କୁ ଶାରିରୀକ କ୍ଷତି ପହଞ୍ଚାଇବା ବେଳେ ୧୮ ପ୍ରତିଶତଙ୍କୁ ଯୌନ ଉତ୍ପୀଡନର ଧମକ ଦିଆଯାଇଛି ।

Spread the love