ଚୀନ୍‌ରେ ୧୨୭ ସାମ୍ବାଦିକ ଅଟକ, ଜିନ୍‌ପିଙ୍ଗ୍ ସରକାରଙ୍କ ଅପସନ୍ଦର ଖବର ପାଇଁ ଲାଗିଛି ଅଙ୍କୁଶ…

ନୂଆଦିଲ୍ଳୀ ୦୯।୧୨ : ରିପୋଟର୍ସ ୱିଥ୍‌ ଆଉଟ୍‌ ବର୍ଡର୍ସରୁ ଏକ ରିପୋର୍ଟ ଆସିଛି । ଯେଉଁଥିରେ ଚୀନ୍‌ର ୧୨୭ ସାମ୍ବାଦିକଙ୍କୁ ଅଟକ ରଖା ଯାଇଛି। ସେଥିରୁ ବୃ୍ତ୍ତିଗତ- ଅଣବୃତ୍ତିଗତ ସାମ୍ବାଦିକ ସାମିଲ୍‌ ଅଛନ୍ତି। ସବୁଠାରୁ ସମ୍ବେଦନଶୀଳ ବିଷୟ ଉପରେ ରିପୋର୍ଟ କରିବା କିମ୍ବା ଅନୁସନ୍ଧାନ କରିବା ଏହା ସହ ସେନ୍ସର ହୋଇଥିବା ତଥ୍ୟକୁ ପ୍ରକାଶ କରିବା ଦ୍ୱାରା ଆପଣଙ୍କୁ ବର୍ଷ ବର୍ଷ ଜେଲ ହୋଇପାରେ । ଏହା ବ୍ୟତୀତ କେଉଁଠାରେ ଭୁଲ୍‌ ଅଭିଯୋଗୁଁ ଯୋଗୁଁ ମୃତ୍ୟୁ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ତେବେ ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ୧୨୭ସାମ୍ବାଦିକଙ୍କ ଅଧାରୁ ଅଧିକ ୭୧ଜଣ ଉଇଗୁରୁ ସାମ୍ବାଦିକ ସାମିଲ୍‌ ହୋଇଛନ୍ତି । କହିରଖୁଛୁ କି ଚୀନ ୨୦୧୬ରେ ଆତଙ୍କବାଦ ବିରୋଧରେ ଲଢେଇ ନାମରେ ଉଇଗୁରୁଙ୍କ ବିରୋଧରେ ଏକ ହିଂସା ଅଭିଯାନ ଚଳାଇଛି। ବର୍ତ୍ତମାନ ରିପୋର୍ଟରେ ଚୀନ୍ ସରକାର ସାମ୍ବାଦିକମାନଙ୍କୁ କିପରି ତାଙ୍କ ଶାସନର ମୁଖପତ୍ର ହେବାକୁ ବାଧ୍ୟ କରୁଛନ୍ତି ତାହା ବର୍ଣ୍ଣନା କରାଯାଇଛି। କୁହାଯାଇଛି କି ସାମ୍ବାଦିକମାନେ ସେମାନଙ୍କର ପ୍ରେସ୍ କାର୍ଡ ଗ୍ରହଣ କରିବେ ଏବଂ ଅପଡେଟ୍‌ କରିବା ପାଇଁ ସି ଜିନପିଙ୍ଗଙ୍କ ‘ଥଟ୍‌’ ଉପରେ ଧ୍ୟାନ ଦେଇ ୯୦ଘଣ୍ଟା ଯାଏଁ ତାଲିମ ନେବାକୁ ପଡିଥାଏ ।

ଅନ୍ୟପଟେ ୨୦୨୦ରେ ଚୀନ୍ ୧୮ଜଣ ବିଦେଶୀ ସାମ୍ବାଦିକଙ୍କୁ ସିସିଟିଭି ଯାଞ୍ଚ ଏବଂ ଭିସା ବ୍ଲାକମେଲ କାରଣରୁ ଦେଶ ଛାଡିବାକୁ ବାଧ୍ୟ କରିଥିଲା। ଏବଂ ସେହି ବର୍ଷ ଚୀନ୍ ମଧ୍ୟ କରୋନା ଭାଇରସ୍ ମହାମାରୀ ରିପୋର୍ଟ ପାଇଁ ଅତି କମରେ ଦଶ ଜଣ ସାମ୍ବାଦିକଙ୍କୁ ଗିରଫ କରିଥିଲା। ବୈଦେଶିକ କରେନ୍ସପନ୍‌ଡେଟ୍‌ କ୍ଲବ୍ ଅଫ୍ ଚାଇନା (ଏଫ୍ସିସିସି) ମଧ୍ୟ କହିଛି ଯେ ୨୦୨୦ରେ କରୋନା ଭାଇରସ୍ ଉପରେ ବିଦେଶୀ ରିପୋର୍ଟିଂକୁ ସୀମିତ ରଖିବା ପାଇଁ ଚୀନ୍ ଭୟଭୀତତା ଏବଂ ଭିସା ପ୍ରତିବନ୍ଧକକୁ ବ୍ୟବହାର କରିଛି।

Spread the love