ଚୋରି କରି ଧରାପଡ଼ିଲେ ନକଲି ସାମ୍ୱାଦିକ ଏବଂ ନର୍ସ

ଭୁବନେଶ୍ୱର ,୦୮/୦୧: ନକଲି ସାମ୍ବାଦିକ ଗିରଫ । ସାମ୍ବାଦିକ ଏବଂ ନର୍ସର ପରିଚୟ ଦେଇ ମୋବାଇଲ ଦୋକାନରୁ ଚୋରୀ ଅଭିଯୋଗ । ଭୁବନେଶ୍ୱର ବାପୁଜୀ ନଗରର ସେଲ ନେଟ ନାମକ ଏକ ମୋବାଇଲ ଦୋକାନରରୁ ଚୋରୀ କରୁଥିବା ବେଳେ ଏହି ଠକ ଦୁଇଜଣ ଧରାପଡ଼ିଛନ୍ତି । ପ୍ରଥମେ ମହିଳା ଓ ଯୁବକ ଜଣକ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଦୋକାନିଙ୍କୁ ସାମଗ୍ରୀ ଦେଖାଇବାକୁ କହିଥିଲେ । ପରେ ବ୍ୟାଗରେ କେତେକ ସାମଗ୍ରୀ ଭର୍ତ୍ତି କରିଥିଲେ ।

ତେବେ ଦୋକାନୀ ସେମାନଙ୍କୁ ସନ୍ଦେହ କରି ପଚାରିଥିବା ବେଳେ ସେମାନେ ଚୋରୀ କରିଥିବା ଧରା ପଡ଼ିଥିଲେ ।  ନକଲି ସାମ୍ୱାଦିକ ପରିଚୟ ଦେଉଥିବା ଦୀପକ କୁମାର ସାହୁକୁ କାବୁ କରି ପୋଲିସ ଜିମା ଦିଆଯାଇଛି । ଏହି ସାମ୍ୱାଦିକ ଜଣକ ଏକ ପ୍ରତିଷ୍ଠିତ ଖବରକାଗଜର ପରିଚୟ ପକାଇଥିବା ଦେଖିବାକୁ ମିଳିଛି । ପରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଯୁବକ ଜଣକୁ କାବୁ କରିଛି । ଅନ୍ୟପଟେ ଘଟଣା ସ୍ଥଳରୁ ମହିଳା ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Spread the love