ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଓଡିଶା ହାଇକୋର୍ଟ। ୨୦ ଲକ୍ଷ ଟଙ୍କା ଜମା ଦେଇ ଯାଇ ପାରିବେ ଜାମିନରେ। ଏହା ସହିତ ଅନ୍ୟାନ୍ୟ ସର୍ତ୍ତ ଲଗାଇଛନ୍ତି ହାଇକୋର୍ଟ। ଏହି ମାମଲା ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଅଦାଲତ।। ସୂଚନାଯୋଗ୍ୟ, ଠକେଇ ଓ ଜାଲିଆତି ଅଭିଯୋଗରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ କରାଯାଇଥିଲା । ଇଓଡ଼ବ୍ଲ୍ୟୁ ଓ କମିଶନରେଟ୍ ପୋଲିସରେ ଅର୍ନ୍ଧେନ୍ଦୁ ଦାସଙ୍କ ନାଁ ୪ଟି ମାମଲା ରହିଥିଲା । ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ଠକେଇ କରିଥିବା ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । ଜୁନ ୨୯ରେ ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା EOW ପକ୍ଷରୁ କୁହାଯାଇଥିଲା।

Spread the love