କରୋନାରେ ଚାଲିଗଲେ ଆଉ ଜଣେ ସାମ୍ବାଦିକ

ଝାରସୁଗୁଡ଼ା, ୨୫/୪: ଝାରସୁଗୁଡାର ବରିଷ୍ଠ ସାମ୍ବାଦିକ ଅମଜଦ ବାଦଶାହା ଆଉ ନହାଁନ୍ତି। ଶ୍ରୀ ବାଦଶାହା କିଛିଦିନ ପୂର୍ବରୁ କରୋନାରେ ଆକ୍ର୍ରାନ୍ତ ହୋଇ ଝାରସୁଗୁଡାସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ରାଉକେଲାସ୍ଥିତ ହାଇଟେକ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ଅପରାହ୍ଣରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶ୍ରୀ ବାଦଶାହା ପୂର୍ବରୁ ଇଟିଭି ଭାରତ, ନକ୍ଷତ୍ର ଟିଭିରେ କାର୍ଯ୍ୟ କରିଥିବାବେଳେ ପଶ୍ଚିମ ଓଡିଶାର ପ୍ରଥମ ୱେବ ପୋର୍ଟାଲ ଏନଏଫ୍ ଟିଭି ପ୍ରତିଷ୍ଠା କରିଥିଲେ।

Spread the love