ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କ ୬୫ ବର୍ଷରେ ପରଲୋକ

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ଦେହାନ୍ତ ହୋଇଛି । ତାଙ୍କର ମୃତ୍ୟୁ ବିଷୟରେ ପୁଅ କୁଶନ ମିତ୍ର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଦି ପିୟୋନିୟରର ପୂର୍ବତନ ସମ୍ପାଦକ ତଥା ପରିଚାଳନା ନିର୍ଦ୍ଦେଶକ ଥିଲେ ଚନ୍ଦନ  । ଏହାସହ  ରାଜ୍ୟସଭା ସଂସାଦ ଭାବରେ ମଧ୍ୟ ସେ କାର୍ଯ୍ୟ ତୁଲାଇଥିଲେ । ୨୦୧୮ ମସିହାରେ ବିଜେପିରୁ ଇସ୍ତଫା ଦେଇ ସେ ତୃଣମୁଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Spread the love