ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ହକି ଇଣ୍ଡିଆ ଜର୍ସି ଭେଟିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ଜର୍ସି ଭେଟିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଏହି ଜର୍ସିକୁ ଭାରତର ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ପ୍ରଦାନ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ଶେଖର ଗୁପ୍ତା ।
ଏହି ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ସ୍ୱାଗତ କରିବା ସହ ଜୁନିୟର ଓଡ଼ିଶା ବିଶ୍ୱକପ ହକିର ଏକ ଜର୍ସି ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗିଫ୍ଟକୁ ନେଇ ଖୁସି ପ୍ରକଟ କରିଛନ୍ତି ଶେଖର ଗୁପ୍ତା । ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଓଡ଼ିଶା ପୁରୁଷ ବିଶ୍ୱକପ ହକି ଆୟୋଜିତ କରିବା ପରେ ପୁନର୍ବାର ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜିତ କରିବାକୁ ଯାଉଛି । ଯେଉଁ ସମୟରେ ହକି ଅଥୋରିଟି ଓଡ଼ିଶାକୁ ଏହି ଦାୟିତ୍ୱ ଦେଇଥିଲେ, ସେହି ସମୟରେ ଓଡ଼ିଶା ପ୍ରସ୍ତୁତ ନଥିଲା । କିନ୍ତୁ ଖୁବ ସ୍ୱଳ୍ପ ସମୟରେ ଭବ୍ୟ ପ୍ରସ୍ତୁତି କରିଥିଲା । ତେବେ ନଭେମ୍ବର ୨୪ରେ ପୁଣି ଥରେ ଓଡ଼ିଶା ହକି ବିଶ୍ୱକପର ଆୟୋଜନ କରିବାକୁ ଯାଇଛି । ଓଡ଼ିଶା ମଧ୍ୟ ହକି ଇଣ୍ଡିଆର ପ୍ରାୟୋଜକ ରହିଥିବା କହିଛନ୍ତି ଶେଖର ଗୁପ୍ତା ।

Spread the love