ଜେ.ପି.ନଡ୍ଡାଙ୍କୁ ଭେଟିଲେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ, ଦୁଇ ଦେଶଙ୍କ ସମ୍ପର୍କ ମଜଭୁତ କରିବାକୁ ଚର୍ଚ୍ଚା

ନୂଆଦିଲ୍ଲୀ ୧୭।୭: ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ୩ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ନେପାଳ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ କେନ୍ଦ୍ର)ର ଅଧ୍ୟକ୍ଷ ପ୍ରଚଣ୍ଡ ନଡ୍ଡାଙ୍କ ଆମନ୍ତ୍ରଣରେ ଭାରତ ଆସିଛନ୍ତି। ଏହି ଅବସରରେ ରବିବାର ସେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଛନ୍ତି। ଉଭୟ ନେତା ନିଜନିଜର ପାର୍ଟି ଓ ଦୁଇ ଦେଶଙ୍କ ସମ୍ବଦ୍ଧକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି।

ପ୍ରଚଣ୍ଡଙ୍କ ସହିତ ସାକ୍ଷାତ ଆଲୋଚନାକୁ ନେଇ ନଡ୍ଡା ଆମେ ନେପାଳ ଓ ଭାରତ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ପାଇଁ ବିଶେଷ କରି ଆମର ଶହଶହ ବର୍ଷ ପ୍ରାଚୀନ ସାଂସ୍କୃତିକ ଓ ଲୋକଙ୍କ ଲୋକ ସହ ସମ୍ପର୍କକୁ ନେଇ ଉପଯୋଗୀ ଚର୍ଚ୍ଚା କରିଥବା ଗଣମାଧ୍ୟମକୁ କହିଛନ୍ତି। ସେହିପରି ଆମେ ପାର୍ଟି ପାର୍ଟି ମଧ୍ୟରେ ସହଯୋଗ ବୃଦ୍ଧିକୁ ନେଇ ମଧ୍ୟ ଆଲୋଚନା କରିଥିବା କହିଛନ୍ତି।

ବିଜେପି ନିଜର ପହଞ୍ଚର ଅଂଶ ରୂପେ ହାତକୁ ନେଇଥିବା କାର୍ଯ୍ୟକ୍ରମ ‘ବିଜେପିକୁ ଜାଣ’ କାର୍ଯ୍ୟକ୍ରମରେ ପ୍ରଚଣ୍ଡଙ୍କୁ ଭାରତ ଆମନ୍ତ୍ରଣ କରିଛନ୍ତି। ଏଥିରେ ବିଜେପି ଜାତୀୟ ସଭାପତି ନଡ୍ଡା ବିଭିନ୍ନ ରାଷ୍ଟ୍ରମୁଖ୍ୟ ଓ କୂଟନୀତିଜ୍ଞଙ୍କ ସହ ଆଲୋଚନା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ନଡ୍ଡା ଗତ ମାସରେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ସଦସ୍ୟ ନଗୁ ୟେନ ଭେନ ନେନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ନଡ୍ଡା ତାଙ୍କ ପାର୍ଟିର ଇତିହାସ ଓ ରାଷ୍ଟ୍ର ନିର୍ମାଣରେ ଦଳର ଭୂମିକା ନେଇ ତାଙ୍କୁ ଅବଗତ କରାଇଥିଲେ।

Spread the love