ରାଜନୈତିକ ଦୁନିଆରେ ପାଦ ଦେବେ Jr-NTR !

ନୂଆଦିଲ୍ଲୀ ୨୨।୦୮: ବର୍ତ୍ତମାନ ସମସ୍ତେ ତେଲୁଗୁ ଅଭିନେତା ଜୁନିୟର ଏନ୍‌ଟିଆର ଫ୍ୟାନ୍ସ। ଏବେ ରାଜନୀତିରେ ମଧ୍ୟ ଅଭିନେତାଙ୍କ ଅଭିନୟକୁ ତୀବ୍ର ପ୍ରଶଂସା କରିଛନ୍ତି। ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦରେ ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ଯାହା ପରେ ଲୋକମାନେ ନା ନା  ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ କରିଛନ୍ତି। ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ଲୋକମାନେ ଅଭିନେତାଙ୍କ ରାଜନୀତିରେ ପ୍ରବେଶକୁ ଅନୁମାନ କରୁଛନ୍ତି। ଅମିତ ଶାହା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ମୁନୁଗୋଡୁରେ ଏକ ସାଧାରଣ ସଭା ପାଇଁ ଯାଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସାଧାରଣ ସଭା ପରେ ଶାହା ଏକ ହୋଟେଲରେ ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ସେ ଟ୍ୱିଟରରେ ଅଭିନେତାଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି। ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଫଟୋରେ ଏନଟିଆର ଉପରେ ପ୍ରଶଂସା କରୁଥିବାବେଳେ ଶାହା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଜଣେ ଦକ୍ଷ ଅଭିନେତା ତଥା ତେଲୁଗୁ ସିନେମାର ରତ୍ନ । ତାଙ୍କ ସହିତ ବହୁତ ଭଲ ସାକ୍ଷାତ ହେଲା। ଏହାକୁ ରିଟ୍ୱିଟ କରି ଏନଟିଆର ତାଙ୍କୁ ଧନ୍ୟବାଦ ଜଣାଇଛି। ସେ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଆପଣକୁ ଭେଟି ବହୁତ ଖୁସି ଅମିତ ଶାହା ଜୀ। ଏଥି ସହିତ, ଫଟୋକୁ ଦେଖି ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଲୋଚନା ହେଉଛି ।

Spread the love