ଯୁବଜନତା ରାଜ୍ୟଶାଖା ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

କରୋନା ବିପତ୍ତି ନେଇ ଲକଡାଉନ ସମୟରେ  ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ସମସ୍ତ ଯଥାଚିତ ପଦକ୍ଷେପ ନେବା ପରେ ମଧ୍ୟ ଯେପରି କୌଣସି ଗୋଟିଏ ବି ବ୍ୟକ୍ତି ଅସୁବିଧା ରେ ନରହୁ , ସେ ଥିପାଇଁ ଦଳୀୟ କର୍ମୀ ଓ ନେତୃବୃନ୍ଦ ମାନଙ୍କୁ ଯେଉଁ ଆହ୍ୱାନ ଦେଇ ଥିଲେ କି ନିଜ ଅଞ୍ଚଳ ଦାଇତ୍ଵ ନିଜେ ନିଅନ୍ତୁ। ଯେପରି ରାଜ୍ୟରେ କୋୖଣସି ବି ବ୍ୟକ୍ତି ଭୋକିଲା ନରହୁ ଓ କୌଣସି ରୋଗୀ ରକ୍ତ ଅଭାବ ର ସମ୍ମୁଖିନ ନହେଉ।

ଏହି ପରିପ୍ରେକ୍ଷୀରେ ଯୁବଜନତା ରାଜ୍ୟ ସଭାପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ କୁ ଯୁବଜନତା ର ସମସ୍ତ କର୍ମୀଙ୍କୁ ପାଳନ କରିବାକୁ ଅନୁରୋଧ ରଖିଥିଲେ।ଏହି ସାମାଜିକ ଦାୟିତ୍ୱର ଆହ୍ୱାନ ପରେ ରାଜ୍ୟର କୋଣାଅନୁକୋଣ ରୁ ଅନେକ ଯୁବନେତା ଏଥିରେ ସାମିଲ ହୋଇ ନିଜ ଅଞ୍ଚଳରେ ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇବା ସହ ରକ୍ତସଂଗ୍ରହ କରୁଛନ୍ତି। ଯୁବଜନତା ର ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଏକ ସାମାଜିକ ବିପ୍ଳବ ରେ ପରିଗଣିତ ହୋଇଛି। ଆଜି ଭୁବନେଶ୍ୱର ର ବିଭିନ୍ନ ବସ୍ତି ଅଞ୍ଚଳରେ ରାଜ୍ୟ ସଭାପତି ଅମରେଶ ପତ୍ରୀ ଙ୍କର ପ୍ରତକ୍ଷ ତତ୍ୱାବଧାନ ରେ ବସ୍ତିରେ ଥିବା ଗରିବ ଓ ଅସହାୟ ମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ରାସନ ସାମଗ୍ରୀ ଓ ପନିପରିବା ଲୋକଙ୍କୁ ବଣ୍ଟନ କରାଯାଇଛି ।

କରୋନା ମହାମାରୀ ରେ ଜନସାଧାରଣ କିପରି ସଚେତନ ରହିବେ ସେ ବିଷୟରେ ମଧ୍ୟ ଜନସାଧାରଣ ଙ୍କୁ ଅବଗତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା , ଧୃତି ରଞ୍ଜନ ମାର୍ଥl , ସମ୍ପାଦକ ଆଶିଷ ମିଶ୍ର , ପୃଥୀବିରାଜ ପଣ୍ଡା , ସାଙ୍ଗଠନିକସମ୍ପାଦକ ରଶ୍ମିରଞ୍ଜନ ଦାସ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love