ଯୁବ ସମ୍ବାଦିକଙ୍କର ବନ୍ଧୁମିଳନ

ଜଟଣୀ,୧୯/୦୨: ଯୁବ ସମ୍ବାଦିକ ମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ଖୋର୍ଦ୍ଧା ବରୁଣେଇ ପୀଠ ଠାରେ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମ ରେ ପ୍ରିଣ୍ଟ ମିଡିଆ, ଡିଜିଟାଲ ମିଡିଆ ଏବଂ ଫଟୋ ସାମ୍ବାଦିକ ପ୍ରମୁଖ ସାମିଲ ଥିଲେ l ଯୁବ ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରତାପ କୁମାର ମୁଦୁଲି, ଅଭିଜିତ ନାୟକ, ଇତିଶ୍ରୀ ବେହେରା, ଶଶିକଳା ପ୍ରଧାନ, ଫଟୋ ସାମ୍ବାଦିକ ବିଶ୍ୱଜିତ ସାହୁ,ସୋନୁ ପ୍ରସାଦଙ୍କ ସହ ରାଜା ସେଠୀ, ଲକି ପଣ୍ଡା, ସଦାଶିବ ରାଉତ, ସୁମିତ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ମିଡିଆ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମ ଶେଷରେ ଯୁବ ସାମ୍ବାଦିକ ଆଶୁତୋଷ ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love