ଯୁବକଙ୍କ ମୁଣ୍ଡକୁ ଲୁହା ରଡ଼ରେ ପିଟି ହତ୍ୟା, ଅଭିଯୁକ୍ତ ଫେରାର

ଅନୁଗୋଳ, ୦୪|୦୯ : ଅନୁଗୋଳ ପୁରୁଣାଗଡ଼ କରମଙ୍ଗା ସାହିରେ ବୀଭତ୍ସ ହତ୍ୟାକାଣ୍ଡ। ବିଚ୍ ରାସ୍ତାରେ ଯୁବକଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା ।

ମୃତ ଯୁବକ ଜଣଙ୍କ ହେଲେ ଶୁଭାଶିଷ ମହାପାତ୍ର। କୌଣସି କାରଣ ଯୋଗୁଁ ମନୋରଞ୍ଜନ ଦୋରା ନାମକ ଆଉ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମନୋରଞ୍ଜନ ଲୁହା ରଡ଼ରେ ଶୁଭାଶିଷର ମୁଣ୍ଡକୁ ପିଟିଦେଇଥିଲେ। ପ୍ରଚୁର ରକ୍ତସ୍ରାବ ହୋଇ ରାସ୍ତା ଉପରେ ଶୁଭାଶିଷ ତଳେ ପଡିଯାଇଥିଲା।

ଖବର ପାଇ ବନ୍ତଳା ପୋଲିସ ଘଟଣା ସ୍ଥଳରେ ପହଁଚି ଶୁଭାଶିଷକୁ ବିଳମ୍ବିତ ରାତିରେ ଅନଗୁଳ ମେଡିକାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ମନୋରଞ୍ଜନ ଫେରାର ଥିବା ବେଳେ ତାର ବାପାକୁ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି ପୋଲିସ।

Spread the love