ଫ୍ରି ଫାୟାରରେ ଟଙ୍କା ହାରି ଆତ୍ମହତ୍ୟା କଲେ ଯୁବକ !

ଭଞ୍ଜନଗର ୧୬/୦୧ :  ଖେଳ ହେଲା କାଳ ! ଫ୍ରି ଫାୟାର ଖେଳ ପାଇଁ ଗଲା ଜୀବନ ! ଭଞ୍ଜନଗର ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗ୍ରାମରେ ଜଣେ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବେକରେ ରସି ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ମୋବାଇଲରେ ଅନଲାଇନ ଗେମ ଫ୍ରି ଫାୟାର ଖେଳି ୩୦ ହଜାର ଟଙ୍କା ହାରି ଯାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ନାଁ ଚିନୁନିଗମ ଗୌଡ଼ । ଘଟଣା ସ୍ଥଳରେ ତାରାସିଙ୍ଗି ଥାନା ପୋଲିସ ପହଞ୍ଚି ମୃତ ଦେହକୁ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି l ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Spread the love