ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ ବେଳେ ବୁଡି ଯାଇ ଯୁବକ ମୃତ

ପୁରୀ ୧୫/୦୬: ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ ବେଳେ ଅଘଟଣ। ପୋଖରୀରେ ବୁଡି ଯୁବକ ମୃତ । ମୃତକ ଯାଜପୁର ବରୀ ଅଞ୍ଚଳର ସ୍ମୃତି ରଞ୍ଜନ ସାହୁ । ଗତକାଲି ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ମୃତିଙ୍କ ସହ ପାଞ୍ଚଜଣ ସାଙ୍ଗ ପୁରୀ ଆସିଥିଲେ ।

କିନ୍ତୁ ଆଜି ଘରକୁ ଫେରିବା ପୂର୍ବରୁ ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରିବାକୁ ଯାଇଥିଲେ । ଫଳରେ ସେହି ସମୟରେ ସେ ବୁଡିଯାଇଥିଲେ । ସ୍ଥାନୀୟ ବାସିନ୍ଦା ସ୍ମୃତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Spread the love