ଘମାଘୋଟ ଯୁଦ୍ଧରେ ଗଲାଣି ୯ହଜାର ଋଷୀୟ ସୈନ୍ୟଙ୍କ ଜୀବନ!

କୀଭ୍ ୦୩/୦୩: ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ୮ ଦିନ ହେଲା ଲାଗି ରହିଛି ଘମାଘୋଟ ଯୁଦ୍ଧ । ୟୁକ୍ରେନ୍‌ ଭିତରେ ପଶି ବ୍ୟାପକ ଭାବେ କ୍ଷତି ଘଟାଇଚାଲିଛି ଋଷୀୟ ସେନା । ସେପଟେ ଆତ୍ମସମର୍ପଣ ନକରି ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । କୌଣସି ପରିସ୍ଥିତିରେ ବି ହାର୍‌ ମାନୁନାହାନ୍ତି ଜେଲେଂସ୍କି । ଋଷ ଆଟାକ୍‌ କରୁଛି, ୟୁକ୍ରେନ୍‌ ମଧ୍ୟ ଲଢେଇ ଜାରି ରଖିଛି ।

ୟୁକ୍ରେନ୍‌ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଉର୍ଦ୍ଧ୍ବ ଋଷୀୟ ସୈନ୍ୟ ନିହତ ହୋଇସାରିଛନ୍ତି । ଏହା ସହିତ ଋଷର ୩୦ଟି ଯୁଦ୍ଧ ବିମାନ, ୩୭୪ଟି ଅଟୋ ମୋବାଇଲ ଟେକ୍ନିକ୍ସ, ୪୨ଟି MLRS, ୯୦୦ AFV, ୩୧ଟି ହେଲିକପ୍ଟରକୁ ମାରି ଖସାଇସାରିଲାଣି ୟୁକ୍ରେନ୍ ସେନା । କେବଳ ସେତିକି ନୁହେଁ ୨ଟି କଟର୍, ୨୧୭ ଟ୍ୟାଙ୍କ୍, ୧୧ଟି ଆଣ୍ଟିଏୟାର ଡିଫେନ୍ସ ଏବଂ ୩ଟି ୟୁଏବିକୁ ନଷ୍ଟ କରିସାରିଲାଣି ୟୁକ୍ରେନ୍‌ ସେନା ।

ଅନ୍ୟପଟେ ଉଭୟ ଦେଶ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହୋଇଛି । ବେଲାରୁଷରେ ହିଁ ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ବୈଠକ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ କୌଣସି ନିଷ୍କର୍ସ ବାହାରିନଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ କିଛି ରାସ୍ତା ବାହାରି ପାରେ ।

ଋଷ ବିଦେଶ ମନ୍ତ୍ରୀ ସର୍ଜାଇ ଲବରୋବ୍‌ କହିଛନ୍ତି, ୟୁକ୍ରେନ୍‌ ବିରୋଧରେ ଜାରି ରହିଥିବା ଯୁଦ୍ଧକୁ ଶେଷ କରିବ ପାଇଁ ଆଲୋଚନା କରିବାକୁ ଋଷ ସବୁବେଳେ ପ୍ରସ୍ତୁତ । କିନ୍ତୁ କୌଣସି ନିଷ୍କର୍ସ ନବାହାରିବା ଯାଏଁ ୟୁକ୍ରେନ୍‌ର ମିଲିଟାରୀ ଫୋର୍ସ ଏବଂ ଯୁଦ୍ଧାସ୍ତ୍ର ଉପରେ ଆକ୍ରମଣ ଜାରି ରଖିବ ଋଷ ।

Spread the love