ପୁରୀରେ ଜୁଡୋ ସଂଘର ୨୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୀ ୦୪।୦୮: ପୁରୀ ୟୁଥ୍ ହଷ୍ଟେଲ ଠାରେ ଜିଲ୍ଲା ଜୁଡୋ ସଂଘର ୨୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।‌ ବିଜେଡି ନେତା ସୁନିଲ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପୁରୀରେ ଖ୍ୟାତନାମା ଜୁଡୋକୁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜୁଡୋ ହଲଟିଏ ନିର୍ମାଣ ହୋଇପାରୁନାହିଁ। ଏହାକୁ ନେଇ ବୈଠକରେ ଅତିଥି ମାନେ କ୍ଷୋଭ ପ୍ରକାଶ ପାଇଥିଲେ।‌ ତେବେ ୧୮ଟି ବିଦ୍ୟାଳୟରେ ୩ଶହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଜୁଡୋ ତାଲିମ୍ ସହ ୪ଲକ୍ଷ ଟଙ୍କାର ମ୍ୟାଟ୍ ଯୋଗାଇ ଦିଆଯାଇଥିବାରୁ ଅତିଥି ମାନେ ଖୁସିବ୍ୟକ୍ତ କରିଥିଲେ। ପୁରୀ ଜିଲ୍ଲା ଜୁଡୋ ସଂଘର ସାଧାରଣ ସମ୍ପାଦକ ସବ୍ୟସାଚୀ ରଥ, ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ରବୀଶଙ୍କର ପ୍ରତିହାରୀ, ପ୍ରାକ୍ତନ ଜିଲ୍ଲା କ୍ରୀଡା ଅଧିକାରୀ ରବିନ୍ଦ୍ରନାଥ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। 

Spread the love