ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର ୧୩।୦୬: ଅପେକ୍ଷାର ଅନ୍ତ । ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ସେହିପରି ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଚଳିତ ବର୍ଷ କରୋନାର ୨ୟ ଲହରକୁ ଦେଖି ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାର ମୁଲ୍ୟାୟନ ହୋଇଛି । ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ । ମାଟ୍ରିକ୍‌ ମୁଲ୍ୟାୟନ କାର୍ଯ୍ୟ ସଠିକ୍‌ ଭାବେ କରାଯାଉଛି । ନିର୍ଦ୍ଦାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବା ପାଇଁ ଚେଷ୍ଟା କରାଯାଉଛି ।

ସେହିପରି ରେଜଲ୍ଟ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେନାହିଁ । ତେବେ ସେମାନ ଆଉ ଥରେ ଆବେଦନ କରିପାରିବେ ।

Spread the love