ଜୁନ୍‌ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌: ୮ରୁ ଖୋଲିବ ଧାର୍ମିକସ୍ଥଳ, ହୋଟେଲ୍ ଓ ସପିଂ ମଲ

ନୂଆଦିଲ୍ଲୀ, ୩୦/୦୫ : ପୁଣି ବଢିଲା  ଲକ୍‌ଡାଉନ୍।  ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଏହି 5.0  ଲକ୍‌ଡାଉନ୍‌ରେ ବହୁତ କଟକଣା କୋହଳ କରାଯାଇଛି। ଏଥିରେ  ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁ ଜୁନ୍‌ ୮ରୁ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

  ସାରା ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁଭଳି ସ୍ଥିତି ଜାରି ରହିବ। ଏହି ସମୟରେ ଲୋକଙ୍କ ଯାତାୟତରେ ପୂର୍ବଭଳି କଟକଣା ଲାଗୁ କରାଯିବ। ଜୁନ୍‌ ୩୦ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ରହିବ। ତେବେ ଅନ୍ୟସବୁ ଅଞ୍ଚଳରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏଥିନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଜୁନ୍‌ ୮ରୁ ଧାର୍ମିକସ୍ଥଳ ଖୋଲିବ। ସାଧାରଣ ଲୋକଙ୍କ ଧାର୍ମିକସ୍ଥଳ ଖୋଲା ରହିବ। ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ମଧ୍ୟ ଜୁନ୍‌ ୮ରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସପିଂମଲ୍‌ ମଧ୍ୟ ଜୁନ୍‌ ୮ରୁ ଖୋଲାଯିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯିବ।  ତେବେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Spread the love