ଜୁସି ଚିକେନ

ସାମଗ୍ରୀ

୨ କେଜି ଚିକେନ୍- ପିସ ପିସ କଟା ଯାଇଥିବା

୧/୨ କପ୍ ମକା
ଛାଣିବା ପାଇଁ ତେଲ
୨ ଚାମଚ କଟା ଅଦା
୧  ଚାମଚ ଲାଲ୍ ଚିଲି ଫ୍ଲେକ୍
୪ଟି ରସୁଣ କୋଲା କଟା ଯାଇଥିବା
୧  ଚାମଚ ରାଶି ସଜାଇବା ପାଇଁ
ଆବଶ୍ୟକ ମୁତାବକ ସସ୍
୬ ଚାମଚ ଭିନେଗାର
୬ ଚାମଚ ସୋୟା ସସ୍
୪ ଚାମଚ ଚି଼ଲ୍ଲୀ ସସ୍
୨ କପ୍ ପାଣି
୬ ଚାମଚ ଚିନି
୨ ଚାମଚ କର୍ଣ୍ଣଷ୍ଟାର୍କ

ପ୍ରସ୍ତୁତି ପ୍ରଣାଳୀ:

-ପ୍ରଥମେ ଚିକେନକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ପ୍ରତ୍ୟେକ ଖଣ୍ଡକୁ କର୍ଣ୍ଣଫ୍ଲୋରରେ ଗୋଳାଇ ଦିଅନ୍ତୁ । କିଛି ସମୟ ପାଇଁ ଛାଡି ଦିଅନ୍ତୁ ।

– ଆଉ ଏକ ଅଲଗା ପାତ୍ରରେ ସସ୍ ପାଇଁ ସମସ୍ତ ଉପାଦାନକୁ ଏକାଠି କରନ୍ତୁ ।

– ଏବେ ଏକ ପାତ୍ରରେ ତେଲ ଗରମ କରନ୍ତୁ । ପ୍ରତ୍ୟେକ ଚିକେନ୍ ଖଣ୍ଡକୁ ଛାଣନ୍ତୁ, ଯେପର୍ଯ୍ୟନ୍ତ ସମସ୍ତ ପଟ ସୁନେଲି ରଙ୍ଗ ହୋଇନଥିବ ।

– ଚିକେନ୍‌କୁ ପ୍ୟାନରୁ ବାହାର କରନ୍ତୁ । ରାନ୍ଧିବା ପାଇଁ ପ୍ୟାନରେ ପ୍ରାୟ ୧ ଚାମଚ ତେଲ ଦିଅନ୍ତୁ ।

– ଏବେ ସେଥିରେ ରସୁଣ, ଅଦା ପେଷ୍ଟ ସହ ହଳଦୀ ଗୁଣ୍ଡ ପକାନ୍ତୁ । ପ୍ରାୟ ୩୦  ସେକେଣ୍ଡ ପାଇଁ ଛାଡ଼ି ଦିଅନ୍ତୁ ।

– ଏବେ ସେଥିରେ ଚିକେନ ଖଣ୍ଡ ଦେଇ ସମସ୍ତ ସସ ଦେଇ ରାନ୍ଧି ଦିଅନ୍ତୁ ।

– କିଛି ଧଳା ରାଶି ଦେଇ ସଜେଇ ଦିଅନ୍ତୁ ।

Spread the love