ଜଜ୍‌ଙ୍କୁ ଟାର୍ଗେଟ୍‌ କରିବାର ଏକ ସୀମା ଅଛି: ମିଡିଆ ରିପୋର୍ଟକୁ ନେଇ ବର୍ଷିଲେ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ, ୨୮/୦୭: ସୁପ୍ରୀମ୍‌ କୋର୍ଟରେ ଏକ ମାମଲାର ବିଚାର ସମୟରେ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ମିଡିଆ ରିପୋର୍ଟକୁ ନେଇ ବର୍ଷିଛନ୍ତି । ଜର୍ଜଙ୍କୁ ଟାର୍ଗେଟ୍‌ କରିବାର ଏକ ସୀମା ଥିବା ସେ କହିଛନ୍ତି । ଜଜ୍‌ଙ୍କ ପକ୍ଷରୁ ଏକ ମାମଲାର ଶୁଣାଣି ନକରାଯିବାକୁ ନେଇ ସେ ଏହି ଟିପ୍ପଣୀ ଦେଇଛନ୍ତି ।

ଖ୍ରୀଷ୍ଟିଆନଙ୍କ ବିରୋଧରେ ହିଂସା ଏବଂ ଆକ୍ରମଣ କରିବା ନେଇ ଏକ ମାମଲା ରୁଜୁ କରିବାକୁ ଜଣେ ଆଇନଜୀବୀ ଯାଚିକା ଦାଏର କରିଥିବା ବେଳେ ଏହାର ଶୁଣାଣି କରିଥିଲେ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ । ଏହି ମାମଲାକୁ ନେଇ ଶୁଣାଣି କରାଯାଉନଥିବା ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିବା ସେ କହିଥିଲେ ।   

ଏହି ରିପୋର୍ଟକୁ ନେଇ ବର୍ଷିଥିଲେ ଜଷ୍ଟିସ୍‌ । ଜଜ୍‌ଙ୍କୁ ଏକ ବ୍ରେକ୍‌ ଦେବାକୁ ସେ କହିଥିଲେ । ମତୋ କରୋନା ହୋଇଥିଲା ଏବଂ ସେଥିପାଇଁ ମାମଲା ସ୍ଥଗିତ ରହିଥିଲା । ମୁଁ ଖବର ପଢ଼ିଥିଲି ଯେ ଜଜ୍‌ ଏହି ମାମଲାକୁ ଗ୍ରହଣ କରୁନାହାନ୍ତି । ଆମକୁ ଟାର୍ଗେଟ୍‌ କରିବାର ଏକ ଲିମିଟ୍‌ ରହିଛି । ୧୫ ଜୁଲାଇରେ ଏହି ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବେଞ୍ଚ ଉପଲବ୍ଧ ନହେବା କାରଣରୁ ଶୁଣାଣି ହୋଇପାରିନଥିଲା । ତେବେ ବାଙ୍ଗାଲୋରର ଡକ୍ଟର ପିଟର ମାକାଡୋ ଏହି ଆବେଦନ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ସମଗ୍ର ଦେଶରେ ଖ୍ରୀଷ୍ଟିଆନ ପ୍ରିଷ୍ଟ ଏବଂ ସେମାନଙ୍କ ଅନୁଷ୍ଠାନ ଉପରେ ଆକ୍ରମଣ ଓ ହିଂସା ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। 

Spread the love