ପିଆଜ କଚୁଡି

ଆବଶ୍ୟକ ସାମଗ୍ରୀ: ଛୋଟ କଟା ହୋଇଥିବା ଧନିଆପତ୍ର – ୨ ଚାମଚ୍‌, ତେଲ – ୧ ଚାମଚ୍‌, ହେଙ୍ଗୁ – ୧/୨ ଚାମଚ, କାଶ୍ମୀର ଲଙ୍କା ଗୁଣ୍ଡ ପାଉଡର – ୧, ୧/୨, କଳା ଲୁଣ – ୧ ଚାମଚ୍‌, ଚାଟ୍ ମସଲା – ଏକ ଚାମଚ୍,  ଗରମ ମସଲା – ୧/୨ ଚାମଚ୍‌, ମିଡିୟମ ସାଇଜର ପିଆଜ (ଛୋଟ କଟା ହୋଇଥିବ) – ୨ ରୁ ୩ଟି, କଞ୍ଚା ଲଙ୍କା – ୩ଟି, ସିଝା ଆଳୁ – ୪ଟି, ମଇଦା – ୨୦୦ଗ୍ରାମ, ଲୁଣ – ସ୍ୱାଦାନୁସାରେ, ତେଲ – ୫ ରୁ ୬ ଚାମଚ୍‌
ପ୍ରସ୍ତୁତି ପ୍ରଣାଳୀ: ସର୍ବପ୍ରଥମେ ଏକ ପ୍ୟାନ୍ ନିଅନ୍ତୁ। ସେଥିରେ ତେଲ, ଧନିଆ ଏବଂ ହେଙ୍ଗୁ ପକାନ୍ତୁ। ଏହାପରେ ବେସନ, ଲାଲ ଲଙ୍କା ପାଉଡର, କଳା ଲୁଣ, ଚାଟ ମସଲା ଏବଂ ଗରମା ମସଲା ପକାଇ କିଛି ସମୟ ପାଇଁ ଭାଜନ୍ତୁ। ଏହାପରେ କଟା ହୋଇଥିବା ପିଆଜ, ଲୁଣ ଏବଂ କଞ୍ଚା ଲଙ୍କା ପକାନ୍ତୁ। ପିଆଜକୁ ଗରମ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ ଏବଂ ଏହାପରେ ଆଳୁ ପକାଇ ସବୁକୁ ଭଲଭାବେ ମିକ୍ସ କରନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ।
ଏହାପରେ ମଇଦା, ଜୁଆଣୀ, ଲୁଣ ଏବଂ ତେଲ ନିଅନ୍ତୁ। ଗରମ ଅଟା ପ୍ରସ୍ତୁତ କରିବା ପାଇଁ ସବୁ କିଛି ଭଲଭାବେ ମିଶାଇ ପାଣି ପକାଇ ଦିଅନ୍ତୁ।

ଅଟା ଚକଡିବା ପରେ ଏହାକୁ ଓଦା କପଡାରେ ଘୋଡାଇ ଦିଅନ୍ତୁ ଏବଂ ଅଧା ଘଣ୍ଟା ପାଇଁ ରଖିଦିଅନ୍ତୁ। ଏବେ ବରାବର ଆକାରରେ ଗୋଲ ବନାଇ ଦିଅନ୍ତୁ। ଏଥିରେ ପିଆଜ ଏବଂ ଆଳୁର ମିଶ୍ରଣ ନେଇ ଭିତରେ ପୂର ଭଳି ଦିଅନ୍ତୁ। ଏହାପରେ ହାତରେ କଚୁଡିକୁ ଚେପଟା କରିଦିଅନ୍ତୁ। ଧ୍ୟାନ ରଖନ୍ତୁ ଏହା ଯେପରି ନ ଭାଙ୍ଗେ। ନଚେତ୍ ଛାଣିଲାବେଳେ ଖୋଲିଯିବ। ଏବେ ଏହାକୁ ଗରମ ତେଲରେ ମିଡିୟମ ଫ୍ଲେମରେ ଫ୍ରାଏ କରନ୍ତୁ। ଏହା ସାମାନ୍ୟ ବ୍ରାଉନ୍ ରଙ୍ଗର ହୋଇଗଲା ପରେ ଏହାକୁ ତେଲରୁ ବାହାର କରିଦିଅନ୍ତୁ। ଏବେ ଏହାକୁ ତେନ୍ତୁଳୀ କିମ୍ବା ଟମାଟୋ ଚଟଣୀରେ ଏହାକୁ ପରଷନ୍ତୁ।

Spread the love