ଗୋଲମରିଚ କାଢା

ଆବଶ୍ୟକ ସାମଗ୍ରୀ:
ଗୋଲମରିଚ ଗୁଣ୍ଡ -ଅଧା ଚାମଚ

ଛୋଟ ଗୁଜୁରାତି- ୨ରୁ ୩ଟି

ଜିରା- ଗୋଟେ ଚାମଚ

ଜୁଆଣି- ଗୋଟେ ଚାମଚ

ଡାଲଚିନି ପାଉଡର – ଗୋଟେ ଚାମଚ

ପ୍ରସ୍ତୁତ:
ଗୋଟେ ପ୍ୟାନରେ ୨ ଗ୍ଲାସ ପାଣି ନିଅନ୍ତୁ । ଏହି ପାଣିରେ ଗୋଲମରିଚ, ପାନମଧୁରୀ, ଡାଲଚିନି ପାଉଡର, ଜିରା ଦିଅନ୍ତୁ । ଏହି ପାଣିକୁ ୧୫
ରୁ ୨୦ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ ସେଥିରେ ଏକ ଛୋଟ ଗୁଜୁରାତି ଦେଇ ଗ୍ୟାସ ବନ୍ଦ କରିଦିଅନ୍ତୁ | ଏକ ଛଣାରେ ଛାଣି ଦିଅନ୍ତୁ । ଆଉ ଠିକ ଚାହା ଭଳି ଶୋଷି ଶୋଷି ପିଅନ୍ତୁ । ଅଧିକ ସ୍ୱାଦ ପାଇଁ ଆପଣ ମହୁ କିମ୍ବା ଲେମ୍ବୁ ରସ ଦେଇପାରିବେ ।

କହିରଖୁଛୁକି ଗୋଲମାରିଚରେ ମିନେରାଲ୍ସ, ଭିଟମିନସ, ପ୍ରୋଟିନସ, ଫାଇବର୍ସ ଓ କାର୍ବୋହାଇଡ୍ରେଟ୍ସ ଭଳି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ଅଛି । ସ୍ୱାସ୍ଥ୍ୟ ବିଶେଷଣଜ୍ଞଙ୍କ ଅନୁଯାୟୀ ଗଳା ଅସୁବିଧା ସମୟରେ ଏହି ପାନୀୟ ପିଇଲେ ଲାଭ ମିଳିଥାଏ ।

Spread the love