୮୭ ବର୍ଷ ବୟସରେ ଅଭିନେତା କୈକଳା ସତ୍ୟନାରାୟଣଙ୍କ ଦେହାନ୍ତ

ଦକ୍ଷିଣ ଭାରତୀୟ ସିନେ ଜଗତରୁ ଆସିଲା ଦୁଖଦ ଖବର । ବରିଷ୍ଠ ଅଭିନେତା କୈକଳା ସତ୍ୟନାରାୟଣଙ୍କର ୮୭ ବର୍ଷ ବୟସରେ ନିଧନ ହୋଇଯାଇଛି । ଆଜି ସକାଳେ ହାଇଦ୍ରାବାଦ ସ୍ଥିତ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛିମାସ ହେବ ସେ ଅସୁସ୍ଥ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଦକ୍ଷିଣଭାରତ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଅଭିନେତା କୈକଳାଙ୍କ ମୃତ୍ୟୁ ଖବର ବାମସୀ ଓ ଶେଖର ନିଜ ନିଜର ଟ୍ୱିଟ ମାଧ୍ୟମରେ ସେୟାର କରିଛନ୍ତି । ଏହି ଟ୍ୱିଟ ଆସିବା ପରେ ଦକ୍ଷିଣଭାରତ ସିନେ ଜଗତର ଅନେକ କଳାକାର କୈକଳାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି କୁହାଯାଇଛି ।

କୈକଳା ୧୯୬୦ ମସିହାରେ ନାଗେଶ୍ୱରମ୍ମାଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ରହିଛନ୍ତି । ସେ ଅଭିନୟ ବ୍ୟତୀତ ଅନେକ ସିନେମା ବି ପ୍ରଯୋଜନା କରିଥିଲେ । ପାଖାପାଖି ୭୫୦ରୁ ଅଧିକ ସିନେମାରେ ସେ କାମ କରିଛନ୍ତି । ୮୭ ବର୍ଷିୟ କୈକଳା ବୟସାଧିକ କାରଣରୁ ଅନେକ ଦିନ ହେବ ଅସୁସ୍ଥ ଥିଲେ । ଏହି କାରଣରୁ ତାଙ୍କୁ ଅନେକଦିନ ଧରି ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ହେଲେ ସେହି ଅସୁସ୍ଥତା କାରଣରୁ ଆଜି ତାଙ୍କର ଦେହାନ୍ତ ହୋଇଛି ।

Spread the love